ମହାଭାରତର ଏହି ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ୬୯ ବର୍ଷ ବୟସରେ ବାପାଙ୍କ ନିଧନ

ବମ୍ବେ: ଅଭିନେତ୍ରୀ ବୈଷ୍ଣବୀ ଧନରାଜଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ। ଆପଣ ଭାବୁଥିବେ କାହିଁକି। ତେବେ ବାପାଙ୍କ ଅଲିଅଳି ଥିଲେ ବୈଷ୍ଣବୀ। ନିକଟରେ ସେ ତାଙ୍କୁ ହରାଇଛନ୍ତି। ଇନଷ୍ଟାଗ୍ରାମରେ ସେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ପ୍ରଶଂସକଙ୍କ ସହ ଦୁଃଖ ବାଣ୍ଟିଛନ୍ତି।

ପୋଷ୍ଟରେ ବୈଷ୍ଣବୀ ଲେଖିଛନ୍ତି, ୬୯ ବର୍ଷରେ ବାପା ଡିଗ୍ରୀ କରିବା କଥା ଚିନ୍ତା କରୁଥିଲେ। ସେ ବଡ ସ୍ବପ୍ନ ଦେଖୁଥିଲେ। ତାଙ୍କ ଜୀବନରେ ଶିକ୍ଷାର ବହୁତ ଗୁରୁତ୍ୱ ଥିଲା। ଗାଁର ଜଣେ ଯୁବକ ଯିଏ ବଡ ସ୍ବପ୍ନ ଦେଖିଥିଲେ। କ୍ଷୀର ଦୁହିଁବାଠାରୁ ଆରମ୍ଭ କରି ବଡ଼ କମ୍ପାନୀର ଉପାଧ୍ୟକ୍ଷ ହେବାର ଯାତ୍ରା ସେ ବେଶ ଭଲ ଭାବେ ତୁଲାଇଥିଲେ। ପାଖରେ ୮ ଟି ଡିଗ୍ରୀ ଥିଲେ ହେଁ ସେ ପୁଣି ପଢ଼ିବାକୁ ଚାହୁଁଥିଲେ। ୧୪ ବର୍ଷ ବୟସରେ ସେ ରୋଜଗାର କରିବା ପାଇଁ ଗାଁ ଛାଡ଼ିଥିଲେ। ଷ୍ଟ୍ରିଟ୍‌ ଲାଇଟ୍‌ ତଳେ ବସି ପଢ଼ୁଥିଲେ। ସେ କେବେ ହାର ମାନୁ ନ ଥିଲେ। ଜଣେ ଭଲ ଗାୟକ ମଧ୍ୟ ସେ ଥିଲେ। ଲେଖକ, ପାଠକ, ବକ୍ତା, ଯୋଦ୍ଧା, ଆଧ୍ୟାତ୍ମିକ ଗୁରୁ, ସ୍ବାମୀ, ପିତା ଏବଂ ହୃଦୟବାନ ବ୍ୟକ୍ତି ଥିଲେ ସେ। ସବୁବେଳେ ସେ ପ୍ରେରଣା ଏବଂ ମୋର ହିରୋ ଥିଲେ। ଆପଣ ଏବେ ବି ମୋ ପାଖରେ। ମୁଁ ଆପଣଙ୍କୁ ବହୁତ ଭଲ ପାଏ। ସବୁବେଳେ କରୁଥିବି ବୋଲି ସେ କହିଛନ୍ତି।

Share