ଶ୍ରୀରାମ ନବମୀରେ ମହାଯଜ୍ଞ: ଆଖଣ୍ଡଳମଣିରୁ ଗଲା ଆଜ୍ଞାମାଳ

ଆରଡି,୨୮।୩(ଡି.ଏନ୍‌.ଏ.): ଆସନ୍ତା ଗୁରୁବାର ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଭଦ୍ରକରେ ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ବାବା ଆଖଣ୍ଡଳମଣିଙ୍କ ପୀଠରୁ ଆଜ୍ଞାମାଳ ବାହାରି ଏକ ଶୋଭାଯାତ୍ରାରେ ଭଦ୍ରକ ଯଜ୍ଞସ୍ଥଳରେ ପହଞ୍ଚିଛି।

ଏହି ଅବସରରେ ପୂର୍ବାହ୍ନରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜ୍ଞାମାଳକୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିର ସେବାୟତ ଜୀବନାନନ୍ଦ ପାଢୀ ଏହି ପବିତ୍ର ଆଜ୍ଞାମାଳକୁ ମୁଣ୍ଡାଇ ପୀଠ ପରିକ୍ରମା କରିଥିଲେ । ପରେ ଏହାକୁ ଏକ ସୁସଜ୍ଜିତ ରଥରେ ଅବସ୍ଥାପିତ କରାଯାଇଥିଲା । କିଶୋର ନାୟକ, ସଂଗ୍ରାମ ସାହୁ, ପ୍ରଦୀପ ନାୟକ, ସତ୍ୟଶିବ ନାୟକ, ସ୍ବଦେଶ ପଣ୍ଡା, କିଷନ ପାଢୀ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।