ପ୍ରୟାଗରାଜ,୭।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା କ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଅଗ୍ନିକାଣ୍ଡ ଘଟଣା ପିପା ବ୍ରିଜ ନମ୍ବର ୧୮ ନିକଟରେ ଘଟିଛି। ଆରଏଏଫ୍, ୟୁପି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଶଙ୍କରାଚାର୍ଯ୍ୟ ମାର୍ଗର ସେକ୍ଟର ୧୮ ସ୍ଥିତ ହରିହରାନନ୍ଦ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଘଟଣାରେ କୌଣସି ମୃତାହତ କିମ୍ବା ଆର୍ଥିକ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶିବିରରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।
#WATCH | Prayagraj | A fire breaks out in Sector 18, Shankaracharya Marg of Maha Kumbh Mela Kshetra. Fire tenders are at the spot. More detail awaited pic.twitter.com/G4hTeXyRd9
— ANI (@ANI) February 7, 2025


