ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଭୟ

ଅକ୍‌ଲାଣ୍ଡ,୪।୩ : ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପରେ ଶୁକ୍ରବାର ସକାଳେ ୭.୨ ତିବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାପରେ ପାସିଫିକ ସୁନାମି ଓ୍ବାର୍ନିଂ ସେଣ୍ଟର (ପିଟିଡବ୍ଲ୍ୟୁସି) ପକ୍ଷରୁ ପୂରା ଦେଶରେ ସୁନାମି ପାଇଁ ଜାରି କରାଯାଇଛି ଚେତାବନୀ । ପ୍ରଥମେ ୭.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ କୁହାଯାଇଥିଲା। ପରେ ଏଥିରେ ସଂଶୋଧନ କରାଯାଇ ତିବ୍ରତା ୭.୨ ଥିବା ପ୍ରକାଶ କରାଯାଇଥିଲା। ଭୂମିକମ୍ପର ଉତ୍ତପ୍ତିସ୍ଥଳଠାରୁ ୩୦୦ କିମି ପର୍ଯ୍ୟନ୍ତ ସୁନାମି ଢ଼େଉ ଉଠିପାରେ ବୋଲି ପିଟିଡବ୍ଲ୍ୟୁସି ପକ୍ଷରୁ ଚେତାବନୀ ଦିଆଯାଇଛି।

Share