ଜାପାନରେ ୫.୫ ତୀବ୍ରତାର ଭୂକମ୍ପ

ଟୋକିଓ,୨୦ ।୨: ଥରି ଉଠିଛି ଜାପାନ । ପୁଣି ଲୋକେ ଭୟଭୀତ । ଜାପାନରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ୟୁରୋପିୟନ ମେଡିଟେରେନିୟନ ସିସ୍ମୋଲେଜିକାଲ ସେଣ୍ଟର(ଇଏମଏସସି) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ଏହି ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ହୋକ୍କାଇଡୋ ଦ୍ୱୀପରେ ୫.୫ ତୀବ୍ରତାର ଭୂକମ୍ପ ଆସିଛି ।
ରିପୋର୍ଟ ଅନୁଯାୟୀ, ଭୂକମ୍ପ ସ୍ଥାନୀୟ ସମୟ ଅନୁସାରେ ସୋମବାର ଭୋର ୩ଟା ୫୫ ରେ ଅନୁଭୁତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୧୨ କିଲୋମିଟର ଗଭିରତାରେ ଥିଲା । ଏବେ ପର୍ଯ୍ୟନ୍ତ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Share