Posted inଜାତୀୟ

ମାଫିଆ ଡନ୍‌ ଛୋଟା ରାଜନ-ମୁନ୍ନା ବଜରଙ୍ଗୀଙ୍କ ଡାକ ଟିକଟ ଜାରି: ତଦନ୍ତ ନିର୍ଦ୍ଦେଶ ଦେଲେ ମହାଡାକପାଳ

ନୂଆଦିଲ୍ଲୀ,୨୮।୧୨: ଡାକ ବିଭାଗ ପକ୍ଷରୁ ୨୦୧୭ରେ ମାଇଁ ଷ୍ଟାମ୍ପ୍‌ ଯୋଜନାର ପ୍ରଚଳନ କରାଯାଇଥିଲା। ଏହା ଅନ୍ତର୍ଗତ ଯେ କୌଣସି ବ୍ୟକ୍ତି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ସହିତ ୩୦୦ ଟଙ୍କା ପୈଠ କରି ନିଜର ୧୨ଟି ଡାକ ଟିକଟ ଜାରି କରିପାରିବେ। ଅନ୍ୟ ଡାକ ଟିକଟ ଭଳି ଏହା ମଧ୍ୟ ମାନ୍ୟ ହୋଇଥାଏ। ଏହାକୁ ଚିଠିରେ ଲଗାଇ ଦେଶର ଯେ କୌଣସି ସ୍ଥାନକୁ ଚିଠି ପଠା ଯାଇ ପାରିବ। ମାତ୍ର ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକବିଭାଗ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଥାଏ। ସେଠାରେ ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ୍‌, ପାସପୋର୍ଟ ସାଇଜ୍‌ ଫଟୋ ଦାଖଲ କରିବାକୁ ପଡ଼ିଥାଏ। ଏହାପରେ ଡାକବିଭାଗ କାର୍ଯ୍ୟାଳୟରେ ଥିବା ଓ୍ବେବକ୍ୟାମେରାରେ ଫଟୋ ଉଠାଇବାକୁ ମଧ୍ୟ ପଡ଼ିଥାଏ। ଏହି ଯୋଜନା ଅନ୍ତର୍ଗତ ମାଫିଆ ଡନ୍‌ ଛୋଟା ରାଜନ ଏବଂ ମୁନ୍ନା ବଜରଙ୍ଗୀଙ୍କ ୫ ଟଙ୍କିଆ ଡାକଟିକଟ କାନପୁରରେ ଜାରି କରାଯାଇଛି। ଏହି ଯୋଜନାକୁ ଲୋକପ୍ରିୟ କରିବା ଲାଗି କେବଳ ଜୀବିତ ଲୋକଙ୍କ ଡାକ ଟିକଟ ପ୍ରସ୍ତୁତ କରିବାର ନିୟମ ରହିଛି। କିନ୍ତୁ ୨୦୧୮ ଜୁଲାଇ ୯ରେ ମୁନ୍ନା ବଜରଙ୍ଗୀଙ୍କର ମୃତ୍ୟୁ ଘଟି ସାରିଛି। ଏବେ ଏହାକୁ ନେଇ ଡାକବିଭାଗରେ ତନାଘନା ଆରମ୍ଭ ହୋଇଛି। ରାଜନଙ୍କ ଡାକଟିକଟ ପାଇଁ ରାଜେନ୍ଦ୍ର ଏସ୍‌. ନିଖଲେଜ୍‌ ଆବେଦନ କରିଥିବାବେଳେ ମୁନ୍ନାଙ୍କ ଲାଗି ପ୍ରେମପ୍ରକାଶ ସିଂ ଆବେଦନ କରିଥିବା ଜଣାପଡ଼ିଛି। ଏଥିପାଇଁ ଡାକ ବିନା ଯାଞ୍ଚ୍‌ରେ କିଭଳି ମାଫିଆ ଡନ୍‌ଙ୍କ ଡାକଟିକଟ ଜାରି କରାଗଲା ସେ ନେଇ ମହାଡାକପାଳ ବି.କେ. ବର୍ମା ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri