Categories: ଜାତୀୟ

ଅନ୍‌ଲାଇନରେ ଆମେରିକା ପୁଅଙ୍କୁ ବିବାହ କରିବେ ଭାରତୀୟ ଝିଅ: କୋର୍ଟ ଦେଲେ ଅନୁମତି

ଚେନ୍ନାଇ,୧।୮: ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ପାଇଛନ୍ତି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାକୁମାରୀ ନିବାସୀ ଭାସମି ସୁଦର୍ଶନୀଙ୍କ ଅନଲାଇନ ବିବାହକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତିରେ ଉଭୟେ ବହୁତ ଖୁସି ଅଛନ୍ତି। ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ଏହି ବିବାହ କରିବାକୁ ଜଷ୍ଟିସ ଜି.ଆର ସ୍ବାମୀନାଥନ ନିର୍ଦ୍ଦେଶ ଦେଇଛନ୍ତି।
ଅନଲାଇନ ବିବାହ ସମ୍ପର୍କରେ ଭାସମୀ କିଛି ଦିନ ପୂର୍ବରୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଭାସମୀ କୋର୍ଟଙ୍କୁ କହିଥିଲେ ଯେ, ସେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରାହୁଲ ଏଲ ମଧୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ତାଙ୍କର ନିକଟରେ ଆମେରିକାର ନାଗରିକତା ଅଛି। ଆମେ ବିବାହ ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇଥିଲୁ। କିନ୍ତୁ ୩୦ ଦିନିଆ ସର୍ତ୍ତ କାରଣରୁ ଆମକୁ ଅପେକ୍ଷା କରିବାକୁ ପଡୁଥିଲା। ଗୋଟିଏ ମାସ ପରେ ମଧ୍ୟ ଆମ ବିବାହ ଆବେଦନ ଉପରେ କିଛି କରାଯାଇ ନ ଥିଲା। ରାହୁଲଙ୍କ ଛୁଟି ନ ଥିଲା ତେଣୁ ସେ ଫେରିଗଲେ। ଆମେରିକା ଯିବା ପୂର୍ବରୁ ରାହୁଲ ଏକ ଆଫିଡେଭିଟ ଦେଇଛନ୍ତି ଯେ, ବିବାହ ପଞ୍ଜୀକରଣ ସହ ଜଡିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତାଙ୍କ ତରଫରୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି।

Share