Categories: ଜାତୀୟ

ନେପାଳ ସୀମାରେ ବଢ଼ୁଛି ମଦ୍ରାସା

ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗକୁ ଲାଗିଥିବା ଭାରତ-ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଗତ ୩ ବର୍ଷ ମଧ୍ୟରେ ମସ୍‌ଜିଦ ଓ ମଦ୍ରାସା ସଂଖ୍ୟା ଅନେକ ବଢ଼ିଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ମସ୍‌ଜିଦ ଓ ମଦ୍ରାସା ଚଳାଇବା ପାଇଁ ଅର୍ଥ ଯୋଗାଉଥିବା ଜଣାପଡ଼ିଛି। ସେଗୁଡ଼ିକ ଦେଶର ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ଗୋଇନ୍ଦା ବିଭାଗ ସତର୍କ କରାଇଛି।
ନେପାଳ ସୀମାଠାରୁ ୧୦ କିଲୋମିଟର ମଧ୍ୟରେ ଏବଂ ନେପାଳ ଭିତରେ ଛତୁ ଫୁଟିଲା ଭଳି ମସ୍‌ଜିଦ ଓ ମଦ୍ରାସା ଗଢ଼ିଉଠିଛି। ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳର କେତେକ ଅଂଶରେ ଜନସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୨୦୧୮ରେ ସୀମାରେ ୭୬୦ ମସ୍‌ଜିଦ ଥିବାବେଳେ ୨୦୨୧ରେ ଏହା ୧,୦୦୦କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମଦ୍ରାସା ସଂଖ୍ୟା ୫୦୮ରୁ ବଢ଼ି ୬୪୫ ହୋଇଛି। ଏଗୁଡ଼ିକୁ ଆଇଏସ୍‌ଆଇ ଏବଂ ଭାରତ ବିରୋଧୀ କେତେକ ସଂଗଠନ ପାଣ୍ଠି ଯୋଗାଉଥିବା ଗୋଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଆରବ ଦେଶରୁ ମଧ୍ୟ ଏହି ଧର୍ମୀୟ ସଂସ୍ଥାଗୁଡ଼ିକୁ ଅନୁଦାନ ଆସୁଥିବା ଜଣାପଡ଼ିଛି।

Share