Categories: ଜାତୀୟ

ମଧ୍ୟପ୍ରଦେଶରେ ନାଇଟ୍‌ କର୍ଫ୍ୟୁ

ଭୋପାଳ, ୨୩।୧୨: ଦେଶରେ ଓମିକ୍ରନ୍‌ ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପୁନର୍ବାର କୋଭିଡ୍‌ କଟକଣା ଲାଗୁ କରାଯାଉଛି। ଅନେକ ରାଜ୍ୟ ଯାତ୍ରା କଟକଣା ଲଗାଇଥିବା ବେଳେ ମଧ୍ୟପ୍ରଦେଶ ସରକାର ଗୁରୁବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ରାତି ୧୧ରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଜାରି ରହିବ। ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ନୂତନ ମାମଲା ଟିହ୍ନଟ ହୋଇଛି।

ବ୍ରାଜିଲ, ବ୍ରିଟେନ, ଚାଇନା, ଦକ୍ଷିଣ ଆଫ୍ରିକା, ମରିସସ୍‌, ହଂକଂ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ, ବୋତ୍ସଓ୍ବାନା ଏବଂ ଇସ୍ରାଏଲରୁ ଆସିଥିବା ଯାତ୍ରୀଙ୍କ ଲାଗି ସରକାର ବିମାନ ବନ୍ଦରରେ ଆଇଟି-ପିସଆର୍‌ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ଜଣେ ନେଗେଟିଭ୍‌ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଓ ଅଷ୍ଟମ ଦିନରେ ପୁଣି ଥରେ ପରୀକ୍ଷା କରାଇବାକୁ କୁହାଯାଇଛି। ଜଣେ ପଜିଟିଭ୍‌ ଚିହ୍ନଟ ହେଲେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଚିକିତ୍ସା କରାଯିବ। ମହାରାଷ୍ଟ୍ର, କର୍ନାଟକ ଓ ପଶ୍ଚିମବଙ୍ଗ ସରକାର ମଧ୍ୟ ଅନୁରୂପ କଟକଣା ଲଗାଇଛନ୍ତି।

Share