Categories: ଜାତୀୟ

ଚିକେନ ରୋଷେଇ କରିବାକୁ ମନା କଲେ ବୋଲି…

ଭୋପାଳ,୧।୯: ଚିକେନ ରୋଷେଇ କରିବାକୁ ମନା କରି ଦେବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଦୋଲ ଜିଲାରେ। ପାପାଉନ୍ଧ ଥାନା ଅନ୍ତର୍ଗତ ସେମାରିୟାତୋଲା ଗ୍ରାମରେ ଗତ ୨୩ ତାରିଖ ରାତିରେ ଘଟିଥିଲା। କିନ୍ତୁ ତଦନ୍ତରୁ ୩୨ ବର୍ଷୀୟା ମହିଳାଙ୍କ ହତ୍ୟା ପଛରେ ମୃତକଙ୍କ ସ୍ବାମୀଙ୍କ ହାତ ଥିବା ଜଣାପଡ଼ିବା ପରେ ଗିରଫ କରାଯାଇଛି।

ଅତିରିକ୍ତ ଏସ୍‌ପି ମୁକେଶ ବୈଷ୍ୟ କହିଛନ୍ତି, ଅଭିଯୁକ୍ତଙ୍କ ନାମ କମଲେଶ କୋଲ। ଗତ ୨୩ ତାରିଖ ରାତିରେ ଚିକେନ ରୋଷେଇକୁ ନେଇ କମଲେଶ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ।

ପ୍ରାରମ୍ଭିକ ତଦନ୍ତ ବେଳେ ଦୁର୍ଘଟଣାବଶତଃ ଆହତ ହୋଇ ମହିଳା ପ୍ରାଣ ହରାଇଥିବା ସ୍ବାମୀ ପୋଲିସକୁ କହିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପଚରାଉଚୁରା ବେଳେ ଚିକେନ ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ବାଡ଼େଇ ବାଡ଼େଇ ମାରିଥିବା କମଲେଶ ସ୍ବୀକାର କରିଛନ୍ତି।

Share