Categories: ଜାତୀୟ

‘ଆଦିପୁରୁଷ’ ଟ୍ରେଲରକୁ ନେଇ ବିବାଦ: ଗୃହମନ୍ତ୍ରୀ ଦେଲେ ଚେତାବନୀ

ଭୋପାଳ,୪।୧୦: ବଲିଉଡ ଫିଲ୍ମ ‘ଆଦିପୁରୁଷ’ ଟ୍ରେଲରର ଏକ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର କହିଛନ୍ତି, ସେ ‘ଆଦିପୁରୁଷ’ ଟ୍ରେଲର ଦେଖିଛନ୍ତି। ଟ୍ରେଲରରେ ଏକ ଆପତ୍ତିଜନକ ଦୃଶ୍ୟ ଅଛି। ଏଥିରେ ହନୁମାନ ଜୀଙ୍କର ପୋଷାକ ଚମଡ଼ାରେ ତିଆରି ହୋଇଥିବା ଦେଖାଯାଇଛି। ଏହା ଆମ ଧାର୍ମିକ ଭାବନାକୁ ଆଘାତ କରିଛି। ଏଭଳି ଦୃଶ୍ୟ ହଟାଇବା ପାଇଁ ମୁଁ ଫିଲ୍ମର ନିର୍ମାାତା ଓମ ରାୱତଙ୍କୁ ଏକ ଚିଠି ଲେଖୁଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଯଦି ସେ ଏହାକୁ ନ ହଟାନ୍ତି, ତା’ହେଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ବିଚାର କରିବୁ।
ବାହୁବଳୀ ଫେମ୍‌ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ବିଶେଷ କଥା ହେଉଛି ନିର୍ମାତାମାନେ ଫିଲ୍ମର ଟିଜର ଏବଂ ଗ୍ରାଣ୍ଡ ପୋଷ୍ଟର ରିଲିଜ୍‌ କରିବାକୁ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାକୁ ବାଛିଥିଲେ। ପ୍ରଭାସ ଏବଂ କ୍ରିତି ସାନନଙ୍କ ସହ ଫିଲ୍ମର ପୁରା ଟିମ ଅଯୋଧ୍ୟାରେ ପହଞ୍ଚି ‘ଆଦିପୁରୁଷ’ର ଟିଜର ରିଲିଜ୍‌ କରିଥିଲେ।

Share