ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ ଏକ ହୋଟେଲରେ ତାଙ୍କୁ ବ୍ରିଟେନର ବିକ୍ରମ ଦୋରାଇସ୍ବାମୀ ଏବଂ ପ୍ରବାସୀ ଭାରତୀୟ ତାଙ୍କର ଜୋରଦାର ସ୍ବାଗତ କରିଥିଲେ। ଏ ଅବସରରେ ଯାଦବ କହିଛନ୍ତି ଯେ ଆମର ଧ୍ୟାନ କେବଳ ନିବେଶ ଉପରେ ନୁହେଁ ବରଂ ଆମେ ଏକ ଦୃଢ଼ ସହଭାଗୀତା ଆଶା କରୁଥିବା କହିଛନ୍ତି। ସୂଚନାଥାଉକି, ଯାଦବ ତାଙ୍କର ୬ଦିନିଆ ଗସ୍ତ ସମୟରେ ଯାଦବ ଉଭୟ ଦେଶର ଶିଳ୍ପପତି, ବ୍ୟବସାୟ ନେତା ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ। ଏହି ଅବଧିରେ ରାଜ୍ୟରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯିବ। ଯାଦବଙ୍କ ଏହି ରହଣି ସମୟରେ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଏହି ଗସ୍ତକାଳରେ ମଧ୍ୟପ୍ରଦେଶର ବିକାଶ ଏବଂ ନବସୃଜନ ସମ୍ପର୍କରେ ଶିଳ୍ପପତି ତଥା ପ୍ରବାସୀମାନଙ୍କୁ ଅବଗତ କରାଯିବ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଯାଦବ ବ୍ରିଟିଶ ସଂସଦ ଗସ୍ତ କରିବେ। ସଂସଦ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ବ୍ରିଟେନ-ଜର୍ମାନୀରେ ଶିଳ୍ପପତି, ବ୍ୟବସାୟୀ ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଗୋଟିଏ ପରେ ଗୋଟିଏ ଆଲୋଚନା କରି ମଧ୍ୟପ୍ରଦେଶରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ଧ୍ୟାନ ଦେବେ। ରାଜ୍ୟରେ ପୁଞ୍ଜି ବିନିଯୋଗ ଏବଂ ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ସେ ଶିଳ୍ପ ସଂଗଠନ ଏବଂ ଶିଳ୍ପପତିଙ୍କ ପ୍ରତିନିଧୀଙ୍କୁ ଭେଟିବେ। ଲଣ୍ଡନରେ ଏନଆରଆଇ ଗ୍ରୁପ ‘ଫ୍ରେଣ୍ଡସ ଅଫ ମଧ୍ୟପ୍ରଦେଶ’ର ରାତ୍ରୀ ଭୋଜନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯାଦବ ଯୋଗଦେବେ। ଏଥିରେ ୪୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହେବେ। ସେହପିରି ଯାଦବ ଶିଳ୍ପପତି ତଥା ବ୍ରିଟେନର ବିକ୍ରମ କେ ଦୋରାଇସ୍ବାମୀଙ୍କୁ ନଭେମ୍ବର ୨୬ ରେ ଭେଟିବେ। ଏହା ପରେ ମଧ୍ୟପ୍ରଦେଶରେ ବିନିଯୋଗ ସୁଯୋଗ ଉପରେ ଆଲୋଚନା ପାଇଁ ଏକ ଅଧିବେଶନ ଆୟୋଜନ କରାଯିବ। ଏଥିରେ ୧୨୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ରାଉଣ୍ଡ ଟେବୁଲ ବୈଠକ ପରେ ବୈଦ୍ୟୁତିକ ଯାନ, ଅଟୋମୋବାଇଲ, ଅକ୍ଷୟ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଉପରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri