ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ ଏକ ହୋଟେଲରେ ତାଙ୍କୁ ବ୍ରିଟେନର ବିକ୍ରମ ଦୋରାଇସ୍ବାମୀ ଏବଂ ପ୍ରବାସୀ ଭାରତୀୟ ତାଙ୍କର ଜୋରଦାର ସ୍ବାଗତ କରିଥିଲେ। ଏ ଅବସରରେ ଯାଦବ କହିଛନ୍ତି ଯେ ଆମର ଧ୍ୟାନ କେବଳ ନିବେଶ ଉପରେ ନୁହେଁ ବରଂ ଆମେ ଏକ ଦୃଢ଼ ସହଭାଗୀତା ଆଶା କରୁଥିବା କହିଛନ୍ତି। ସୂଚନାଥାଉକି, ଯାଦବ ତାଙ୍କର ୬ଦିନିଆ ଗସ୍ତ ସମୟରେ ଯାଦବ ଉଭୟ ଦେଶର ଶିଳ୍ପପତି, ବ୍ୟବସାୟ ନେତା ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ। ଏହି ଅବଧିରେ ରାଜ୍ୟରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯିବ। ଯାଦବଙ୍କ ଏହି ରହଣି ସମୟରେ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଏହି ଗସ୍ତକାଳରେ ମଧ୍ୟପ୍ରଦେଶର ବିକାଶ ଏବଂ ନବସୃଜନ ସମ୍ପର୍କରେ ଶିଳ୍ପପତି ତଥା ପ୍ରବାସୀମାନଙ୍କୁ ଅବଗତ କରାଯିବ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଯାଦବ ବ୍ରିଟିଶ ସଂସଦ ଗସ୍ତ କରିବେ। ସଂସଦ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ବ୍ରିଟେନ-ଜର୍ମାନୀରେ ଶିଳ୍ପପତି, ବ୍ୟବସାୟୀ ଏବଂ ସରକାରୀ ପ୍ରତିନିଧୀଙ୍କ ସହ ଗୋଟିଏ ପରେ ଗୋଟିଏ ଆଲୋଚନା କରି ମଧ୍ୟପ୍ରଦେଶରେ ପୁଞ୍ଜି ବିନିଯୋଗର ସୁଯୋଗ ବୃଦ୍ଧି ଉପରେ ଧ୍ୟାନ ଦେବେ। ରାଜ୍ୟରେ ପୁଞ୍ଜି ବିନିଯୋଗ ଏବଂ ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ସେ ଶିଳ୍ପ ସଂଗଠନ ଏବଂ ଶିଳ୍ପପତିଙ୍କ ପ୍ରତିନିଧୀଙ୍କୁ ଭେଟିବେ। ଲଣ୍ଡନରେ ଏନଆରଆଇ ଗ୍ରୁପ ‘ଫ୍ରେଣ୍ଡସ ଅଫ ମଧ୍ୟପ୍ରଦେଶ’ର ରାତ୍ରୀ ଭୋଜନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯାଦବ ଯୋଗଦେବେ। ଏଥିରେ ୪୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହେବେ। ସେହପିରି ଯାଦବ ଶିଳ୍ପପତି ତଥା ବ୍ରିଟେନର ବିକ୍ରମ କେ ଦୋରାଇସ୍ବାମୀଙ୍କୁ ନଭେମ୍ବର ୨୬ ରେ ଭେଟିବେ। ଏହା ପରେ ମଧ୍ୟପ୍ରଦେଶରେ ବିନିଯୋଗ ସୁଯୋଗ ଉପରେ ଆଲୋଚନା ପାଇଁ ଏକ ଅଧିବେଶନ ଆୟୋଜନ କରାଯିବ। ଏଥିରେ ୧୨୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ରାଉଣ୍ଡ ଟେବୁଲ ବୈଠକ ପରେ ବୈଦ୍ୟୁତିକ ଯାନ, ଅଟୋମୋବାଇଲ, ଅକ୍ଷୟ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଉପରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?