Categories: ଜାତୀୟ

କରୋନା ରୋଗୀଙ୍କୁ ଧରିବା ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪।୮:କରୋନା ଜୀବାଣୁ ବୃଦ୍ଧି ପାଉଥିବା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ରୋକିବା ପାଇଁ ସଂକ୍ରମିତ ରୋଗୀଙ୍କଠୁ ଦୂରେଇ ରହିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁରରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏଠାରେ ଜଣେ ବ୍ୟକ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବାବେଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ଜାଣିବା ପରେ ସେ ସେଠାରୁ ଲଚି ନିଜ ଘରକୁ ପଳାଇଥିଲେ। କରୋନା ସଂକ୍ରମିତ ରୋଗୀଙ୍କୁ ଧରିବା ପାଇଁ ପୋଲିସକୁ କଡା ସଂଘର୍ଷ କରିବାକୁ ପଡିଥିଲା। ପୋଲିସ କର୍ମଚାରୀମାନେ ତାଙ୍କ ଘରର କାନ୍ଥ ଉପରେ ସିଡ଼ି ଲଗାଇ ଚଢି ସଂକ୍ରମିତଙ୍କୁ ଧରିବା ପାଇଁ ଭିତରକୁ ପ୍ରବେଶ କରିଥିଲେ। ବହୁ ପରିଶ୍ରମ ପରେ ପୋଲିସ ଟିମ ସଂକ୍ରମିତଙ୍କୁ ଧରିଥିଲା। ଏହା ପରେ ସଂକ୍ରମିତ ରୋଗୀଙ୍କୁ ରାତିରେ ଜିଲା ଡାକ୍ତରଖାନାର କୋଭିଡ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ,ସହରର ସିନ୍ଧି କଲୋନୀରେ ରହୁଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ବିଷୟରେ ଜାଣି ମଧ୍ୟ ପରିବାର ସହ ଘରେ ତାଲା ପକାଇ ଥିବାରୁ ରାତି ଅଧରେ ପୋଲିସ କର୍ମଚାରୀଙ୍କୁ ଏହା କରିବାକୁ ପଡିଥିଲା। ପୋଲିସର ଏଭଳି କାର୍ଯ୍ୟ ଦେଖିବା ପାଇଁ କଲୋନୀରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ପୋଲିସକୁ ଏହିପରି କାମ କରୁଥିବା ଦେଖି ସ୍ଥାନୀୟ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share