ମଧ୍ୟପ୍ରଦେଶ ଉପନିର୍ବାଚନ: ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୬।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିର୍ବାଚନ ରାଲି କରିବାକୁ ବାରଣ କରିଥିଲେ। ଭର୍ଚୁଆଲ୍‌ ମିଟିଂ ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ଭର୍ଚୁଆଲ୍‌ ମିଟିଂ ସମ୍ଭବ ହେଉ ନ ଥିବା ସ୍ଥଳେ ରାଲି କରାଯିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ। ଏନେଇ ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ଯେ, ନିର୍ବାଚନ କରାଇବା ଆୟୋଗର କାର୍ଯ୍ୟର ସୀମାପରିସର ଭୁକ୍ତ। ହାଇକୋର୍ଟଙ୍କ ଆଦେଶ ଯୋଗୁ ମତଦାନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଆବେଦନ ଉପରେ ବିଚାର କରାଯାଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଯାଇଛି।

Share