Categories: ଖେଳ

୩୭୨ ରନ ପଛରେ ମଧ୍ୟପ୍ରଦେଶ

ଗ୍ବାଲିୟର,୩ା୩:ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଦୃଢ ସ୍ଥିତିରେ ରହିଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ମଧ୍ୟପ୍ରଦେଶ ୩ ଉଇକେଟରେ ୧୧୨ ରନ୍‌ କରିବା ସହିତ ୩୭୨ ରନ୍‌ ପଛରେ ରହିଛି। ଅବଶିଷ୍ଟ ଭାରତ ପ୍ରଥମ ଦିନର ଅସମାପ୍ତ ସ୍କୋର ୩୮୧/୩ରୁ ଖେଳ ଆରମ୍ଭ କରି ୪୮୪ ରନରେ ସମସ୍ତ ଉଇକେଟ ହରାଇଥିଲା। ୟଶ୍‌ ଧୂଲ୍‌ ୫୫ ରନ୍‌ ଓ ବାବା ଇନ୍ଦ୍ରଜିତ ୧୯ ରନ୍‌ କରିଥିବା ବେଳେ ଅବଶିଷ୍ଟ ଭାରତ ୪୮୪ରେ ପହଞ୍ଚିଥିଲା। ମଧ୍ୟପ୍ରଦେଶ ପକ୍ଷରୁ ଆଭେଶ ଖାନ୍‌ ୪, ଅନୁଭବ ଅଗ୍ରଓ୍ବାଲ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏ ଉଇକେଟ ନେଇଥିଲେ। ମଧ୍ୟପ୍ରଦେଶର ଆରମ୍ଭ ଅତ୍ୟନ୍ତ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ନବଦୀପ ସୈନି ଓ ମୁକେଶ କୁମାରଙ୍କ ଘାତକ ବୋଲିଂ କାରଣରୁ ମଧ୍ୟପ୍ରଦେଶ ୧୫ ରନ୍‌ରେ ୩ ଉଇକେଟ ହରାଇଥିଲା। ଅଧିନାୟକ ହିମାଂଶୁ ମନ୍ତ୍ରୀ(୧), ଅରହମ୍‌ ଆକ୍ୱିଲ(୦) ଓ ଶୁଭମ ଶର୍ମା(୪) ପ୍ୟାଭିଲିୟନ୍‌ ଫେରିଥିଲେ। ୟଶ ଦୁବେ(୫୩*) ଓ ହରିଶ ଗାଓ୍ବଲି(୪୭*) ଚତୁର୍ଥ ଉଇକେଟରେ ଅବିଭାଜିତ ୯୭ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୟଶ ୧୧୦ ବଲ୍‌ ଖେଳି ୧୧ ଚୌକା ମାରିଥିବା ବେଳେ ହରିଶ ୧୨୫ ବଲ୍‌ ଖେଳି ୮ ଚୌକା ସହ ବ୍ୟାଟିଂ କରୁଛନ୍ତି।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ – ୪୮୪ (ଯଶସ୍ବୀ ଜୟସ୍ବାଲ-୨୧୩, ଅଭିମନ୍ୟୁ ଈଶ୍ୱରନ୍‌-୧୫୪, ୟଶ ଧୂଲ-୫୫, ଆଭେଶ୍‌ ଖାନ୍‌-୪/୭୪। ମଧ୍ୟପ୍ରଦେଶ ପ୍ରଥମ ଇନିଂସ-୧୧୨/୩ (ୟଶ ଦୁବେ-୫୩*, ହରିଶ ଗାଓ୍ବଲି-୪୭*, ନବଦୀପ ସୈନି-୨/୧୫, ମୁକେଶ କୁମାର-୧/୨୭)।

Share