Categories: ଜାତୀୟ

ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ପଢିବେ ରାମାୟଣ, ମହାଭାରତ

ଭୋପାଳ,୧୩।୯: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ଅଂଶବିଶେଷ ସ୍ବରୂପ ଏବଂ ଛାତ୍ରୀଛାତ୍ରଙ୍କ ଶିକ୍ଷା ପାଇଁ ଏହା କରାଯାଇଥିବା ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି। ଧର୍ମଗ୍ରନ୍ଥକୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ କରିବାରେ କିଛି ଭୁଲ୍‌ ନାହିଁ। ଭଗବାନ ରାମଙ୍କ ଚରିତ୍ର ଓ ସମସାମୟିକ କାର୍ଯ୍ୟ ସମ୍ପର୍କରେ ଯେଉଁମାନେ ଜାଣିବାକୁ ଚାହିଁବେ ସେମାନେ ଏହାକୁ ପଢ଼ିପାରିବେ। ନୂଆ ଶିକ୍ଷା ନୀତି ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଶିକ୍ଷାମନ୍ତ୍ରୀ କହିଛନ୍ତି।

Share