Posted inଜାତୀୟ

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ ଏମ୍‌ପିଙ୍କ ନିର୍ବାଚନ ତାଲିକା ସାର୍ବଜନୀନ କରାଯାଉ ଚିଠିର ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ନେତାମାନେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ସେତେବେଳେ ସେମାନଙ୍କୁ ଭୋଟର ତାଲିକା ଦିଆଯିବ। କଂଗ୍ରେସ ସୂତ୍ର ଅନୁଯାୟୀ, ପ୍ରତ୍ୟେକ ପିସିସି ପ୍ରତିନିଧୀଙ୍କୁ ସେମାନଙ୍କ ଫୋନରେ ଏକ କ୍ୟୁଆର କୋଡ ଦିଆଯିବ ଯାହା ସୂଚାଇ ଦେବ ଯେ ସେମାନେ ପିସିସି ପ୍ରତିନିଧୀ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ଅଧ୍ୟକ୍ଷ ପଦ ପାଇଁ ଭୋଟ ଦେବାର ସେମାନଙ୍କର ଅଧିକାର ଅଛି।

ଏହାପୂର୍ବରୁ ଦଳର ବରିଷ୍ଠ ନେତା ତଥା ଅଧ୍ୟକ୍ଷ ପଦର ସମ୍ଭାବିତ ପ୍ରାର୍ଥୀ ଶଶି ଥରୁରଙ୍କ ସମେତ ପାଞ୍ଚଜଣ ଏମ୍‌ପି ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରିଙ୍କୁ ଏକ ଚିଠି ଲେଖି ଭୋଟର ଏବଂ ପ୍ରାର୍ଥୀଙ୍କୁ ଭୋଟର ତାଲିକା ପ୍ରଦାନ କରିବାକୁ ଦାବି କରିଥିଲେ। କଂଗ୍ରେସ ଏମ୍‌ ପି ମନୀଷ ତେୱାରୀ ମଧ୍ୟ ଏହି ଦାବି କରିସାରିଛନ୍ତି।

କଂଗ୍ରେସ ଦ୍ୱାରା ସ୍ଥିର ହୋଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୪ ସେପ୍ଟେମ୍ବରରୁ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ନିର୍ବିରୋଧ ନିର୍ବାଚନ ନହେଲେ, ଅକ୍ଟୋବର ୧୭ ରେ ଭୋଟ ଗ୍ରହଣ କରାଯିବ।

ଏମ୍‌ପି ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ୟୁତ ବାରୋଦଲୋଇ ଏବଂ ଅବଦୁଲ ଖାଲିକ କଂଗ୍ରେସ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନଙ୍କୁ ଏକ ଚିଠି ଲେଖି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭୋଟର ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ କଂଗ୍ରେସ ସଂଗଠନର ତାଲିକା ପ୍ରଦାନ କରାଯିବାକୁ ଦାବି କରଥିଲେ । ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ବଚ୍ଛତା ନେଇ ଏହି ପାଞ୍ଚ ଜଣ ଲୋକସଭା ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହି ପାଞ୍ଚଜଣ ଏମ୍‌ପି ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri