ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା ସମୟରେ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା କେସିଙ୍ଗା ବ୍ଲକ ବିଆରସିସି ରାମଚନ୍ଦ୍ର ସା, ବିଆର୍‌ ଟି ପ୍ରଦୀପ କୁମାର ବେହେରା ଓ ପ୍ରକାଶ ବିଶ୍ୱାଳ, ଆକାଉଣ୍ଟାଣ୍ଟ କ୍ଷୀରୋଦ ବଡ଼ମାଳୀ, ଏମଆଇଏସ ସନ୍ତୋଷ କୁମାର, ବୃନ୍ଦାବନ ରଣା, ବିଭାଗୀୟ ଏକାଉଣ୍ଟାଣ୍ଟ ତ୍ରିଜ୍ୟୋତି ନିଆଲ, ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ, କର୍ଲାମୁଣ୍ଡା ସିଆରସିସି ପ୍ରସନ୍ନ କୁମାର ସାହୁ, ବ୍ଲକ ଶିକ୍ଷା ବିଭାଗ କର୍ମଚାରୀ ଉମାକାନ୍ତ ସାହୁ ଓ ଜିତେନ୍ଦ୍ରୀୟ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।
ସେହିପରି କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲା ଉପଡେଷ୍ଟା କମିଟି ସଭ୍ୟ ଅଶୋକ କୁମାର ତ୍ରିପାଠୀ, ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ ଦାସ,ଉପ ସଭାନେତ୍ରୀ ତୁଲାମତୀ ସାହୁ, କ୍ଷୀରସାଗର ସାହୁ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିକ୍ଷା ଅଧିକାରିଣୀଙ୍କୁ ସ୍ବାଗତ କରିଥଲେ। ତେବେ ବ୍ଲକ ଶିକ୍ଷା ଅଧିକାରିଣୀ କର୍ଲାମୁଣ୍ଡା ବ୍ଲକକୁ ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ବ୍ଲକ ଭାବେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

 

Dharitri – Odisha’s No.1 Odia Daily

 

Share