ବଲିଉଡ୍‌ ତାରକାଙ୍କ ଗୁରୁ ଦିବସ: କିଏ ମା’ଙ୍କୁ ତ କେହିକେହି ଶିକ୍ଷକଙ୍କ ପାଇଁ କହିଛନ୍ତି ଏମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଜଣେ ଜଣେ ଗୁରୁ ଅଛନ୍ତି । ସେ ମା’ ହୁଅନ୍ତୁ କିମ୍ବା ବିଦ୍ୟାଳୟର ଶିକ୍ଷକ, ଜୀବନରେ ଗୁରୁମାନେ ହିଁ ସଠିକ୍‌ ମାର୍ଗ ଦେଖାନ୍ତି। ଏଭଳି ପରିସ୍ଥିତିରେ, ସାଧାରଣ ଲୋକ ହେଉ କିମ୍ବା ଫିଲ୍ମ ତାରକା, ସେପ୍ଟେମ୍ବର ୫ ତାରିଖ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସମସ୍ତେ ସେମାନଙ୍କର ଗୁରୁମାନଙ୍କୁ ମନେ ପକାଇଥାନ୍ତି। ବଲିଉଡ ତାରକା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସେମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ନିଜ ଗୁରୁଙ୍କୁ ମନେ ପକାଇଛନ୍ତି। କେହି କେହି ମା’ଙ୍କୁ ତ ଆଉ କିଏ ଶିକ୍ଷକଙ୍କୁ ପ୍ରଥମ ଗୁରୁ ବୋଲି କହିଛନ୍ତି। ତେବେ ଜାଣନ୍ତୁ ଆପଣଙ୍କର ପ୍ରିୟ ବଲିଉଡ ତାରକାମାନେ ଗୁରୁ ଦିବସରେ କେଉଁ ବାର୍ତ୍ତା ଦେଇଛନ୍ତି।

ମାଧୁରୀ ଦୀକ୍ଷିତ

ଶିକ୍ଷକ ଦିବସ ଅବସରରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ମାଧୁରୀ ତାଙ୍କର ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି। ମାଧୁରୀ ଲେଖିଛନ୍ତି ଯେ ‘ଆଜି ଏହି ବିଶେଷ ଦିନରେ ମୁଁ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋତେ ଅନେକ ଗୁରୁତ୍ୱପୂର୍ଣ୍ଣ ଜୀବନ ଶିକ୍ଷା ଦେଇଛନ୍ତି। ଆସନ୍ତୁ ସମସ୍ତେ ଏକାଠି ଆମର ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବା।

ଇଶା ଦେଓଲ

ଅଭିନେତ୍ରୀ ଇଶା ଦେଓଲ ଏହି ବିଶେଷ ଦିନକୁ ତାଙ୍କ ମା’ ହେମା ମଳିିନୀଙ୍କୁ ଉତ୍ସର୍ଗ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘କୁନି ନୃତ୍ୟଶିଳ୍ପୀଙ୍କ ପ୍ରଥମ ସୋପାନରୁ ଆଜି
ଏକ ମା’ ରୂପରେ ଯାହାବି ହୋଇଛି, ଏହା କେବଳ ତୁମ ପାଇଁ। ମୁଁ ତୁମଠାରୁ ଜ୍ଞାନ, ନୈତିକତା ଏବଂ ଅନୁଶାସନ ଶିଖିଛି। ତାହା ମୋ ପାଇଁ ପାଇଁ ସର୍ବଦା ଆଶୀର୍ବାଦ ହେବେ। ମୋ ମା’ ମୋର ପ୍ରଥମ ଗୁରୁ।

ତାପସୀ ପନ୍ନୁ
ତାପସୀ ପନ୍ନୁଙ୍କ ପାଇଁ ତାଙ୍କ ପ୍ରଥମ ଗୁରୁ ହେଉଛନ୍ତି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନୌଶିନ। ପୋଷ୍ଟକୁ ଶେୟାର କରି ତାପସୀ ଲେଖିଛନ୍ତି, ଯେ ପ୍ରତ୍ୟେକ ଦୃଢ଼ ଖେଳାଳିଙ୍କ ପଛରେ ଜଣେ ନିର୍ଭୀକ ପ୍ରଶିକ୍ଷକ ହାତ ଥାଏ । ମୋ ଭିତରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବାରୁ ନୌଶିନଙ୍କୁ ଧନ୍ୟବାଦ ।

କିଆରା ଆଡଭାନୀ
ଅଭିନେତ୍ରୀ କିଆରା ଆଡଭାନୀ ଲେଖିଛନ୍ତି, ‘ସମସ୍ତ ଶିକ୍ଷକମାନଙ୍କୁ ଗୁରୁ ଦିବସ ଶୁଭେଚ୍ଛା, ଯେଉଁମାନେ ମୋତେ ସର୍ବଦା ପ୍ରେରଣା ଦେଇଛନ୍ତି। ଆଜି ମୁଁ ଯାହା ହୋଇଛି କେବଳ ତାଙ୍କ ପାଇଁ ।

ସୁନୀଲ ଶେଟ୍ଟୀ
ଲେଖିଛନ୍ତି, ‘ମୋତେ ଶିକ୍ଷା ଦେଇଥିବା ସମସ୍ତ ଗୁରୁଙ୍କୁ ଅଶେଷ ଧନ୍ୟବାଦ। ପ୍ରତ୍ୟେକ ଦିନ ମୋ ପାଇଁ ଶିକ୍ଷକ ଦିବସ ହୋଇଥିବାବେଳେ ଆସନ୍ତୁ ଆଜି ଶିକ୍ଷକମାନଙ୍କୁ ଧନ୍ୟବାଦ ଓ ନମସ୍କାର କରିବା।

Share