ଖୁସିରେ ଆତ୍ମହରା ହେଲେ ମାଧୁରୀ

କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମାଧୁରୀ ପ୍ରାୟତଃ ତାଙ୍କ ପରିବାରର ଫଟୋ ଏବଂ ଚଳଚ୍ଚିତ୍ର ସମ୍ପର୍କୀୟ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ବାମୀ ଶ୍ରୀରାମ ନେନେ ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ। ତାଙ୍କ ବଡ଼ ପୁଅ ଆରିନ ସ୍ନାତକ ହାସଲ କରିବା ପରେ ଏହି ଫଟୋଟି ନିଆଯାଇଛି। ମାଧୁରୀ ଦୀକ୍ଷିତ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି। ସେ ଫଟୋ ସହିତ ଲେଖିଛନ୍ତି, ରାମ ଏବଂ ମୋ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ, କାରଣ ଆରିନ ସ୍ନାତକ ହାସଲ କରିଛନ୍ତି। ସ୍ନାତକୋତ୍ତର ପାଇଁ ଆରିନଙ୍କୁ ଅଭିନନ୍ଦନ।
ନିକଟରେ ମାଧୁରୀ ଦୀକ୍ଷିତ ସ୍ବାମୀ ଶ୍ରୀରାମ ନେନେଙ୍କ ସହ ଏକ ଥ୍ରୋବ୍ୟାକ ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସୁନ୍ଦର ଫଟୋରେ ଶ୍ରୀରାମ ନେନେ ଏବଂ ମାଧୁରୀ ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି।

Share