ନିର୍ବାଚନ ଲଢିବେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ,୧୭।୧୧: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମୟରେ ତାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଭାଜପା ନେତା ଆଶିଷ ଶେଲାର ମଧ୍ୟ ମ୍ୟାଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୨୩ରେ ମୁମ୍ବାଇ ଗସ୍ତ କରିଥିଲେ, ସେତେବେଳେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଏକ ବୈଠକ କରିଥିଲେ। ଏହି ବୈଠକରେ ଫଡନଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ଥିଲେ। ଏହି ବୈଠକରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିବା ଜଣାପଡିଛି। ଏହା ମଧ୍ୟ କୁହାଯାଉଛି ଯେ ଏହା ପରେ ଭାଜପା ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ ମାଧୁରୀ ପ୍ରତିଦ୍ୱନ୍ଦ୍ୱିତା କରିବେ।

Share