ଦିଲୀପ କୁମାରଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ଦିଓ୍ବାନୀ ଥିଲେ ମଧୁବାଲା

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମ ବାର୍ଷିକୀ। ଫେବୃଆରୀ ୧୪ରେ ଜନ୍ମ ହୋଇଥିବା ମଧୁବାଲାଙ୍କ ପ୍ରକୃତ ନାମ ମମତାଜ ଜାହାନ ବେଗମ ଦେହଲବ। ତାଙ୍କୁ ଟ୍ରାଜେଡି କୁଇନ୍‌ ମଧ୍ୟ କୁହାଯାଉଥିଲା। ମଧୁବାଲା ୫୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ସେହି ସମୟର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଥିଲେ। ମଧୁବାଲା ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଆସୁଥିଲେ। ବିଶେଷକରି ଦିଲୀପ କୁମାରଙ୍କ ସହ ପ୍ରେମ ଏବଂ ବ୍ରେକଅପ ଏବଂ ପରେ କିଶୋର କୁମାରଙ୍କ ସହ ବିବାହ ଯୋଗୁ ମଧୁବାଲା ଅନେକ ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ କ୍ୱଚିତ୍‌ କେହି ଜାଣନ୍ତି ନାହିଁ ଯେ ଟ୍ରଜେଡି କୁଇନ୍‌ ଦିଲୀପ କୁମାରଙ୍କ ପୂର୍ବରୁ ଅନ୍ୟ କାହାକୁ ଭଲ ପାଉଥିଲେ। ମଧୁବାଲା ବହୁତ କମ ବୟସରେ କାମ କରିବା ଆରମ୍ଭ କରିଥିଲେ। ସେ ୧୯୪୨ରେ ଚଳଚ୍ଚିତ୍ର ‘ବସନ୍ତ’ରେ ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିଲେ। ଏହାପରେ ୧୯୪୭ରେ ‘ନୀଳ କମଳ’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯେଉଁଥିରେ ବେଗମ ପାରା ଏବଂ ରାଜ କପୁର ମଧ୍ୟ ଅଭିନୟ କରିଥିଲେ।

ନିକଟରେ ମଧୁବାଲାଙ୍କ ଭଉଣୀଙ୍କୁ ଏକ ସାକ୍ଷାତକାରରେ ଦିଲୀପ କୁମାରଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ମଧୁବାଲା
ପ୍ରେମନାଥଙ୍କ ପ୍ରେମରେ ପଡିଥିଲେ ବୋଲି ପଚରାଯାଇଥିଲା। ସେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହଁ ସେ ତାଙ୍କ ସହ ପ୍ରେମରେ ପଡିଥିଲେ। ପ୍ରେମନାଥ ମୁସଲମାନ ଥିଲେ। ସେତେବେଳେ ହିନ୍ଦୁ ଓ ମୁସଲମାନ ବିବାହ କରୁ ନ ଥିଲେ। ବାପା ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ପ୍ରେମନାଥ ଚାହୁଁଥିଲେ କି ମଧୁବାଲା ଧର୍ମ ପରିବର୍ତ୍ତନ କରନ୍ତୁ କିନ୍ତୁ ସେ ମନା କରିଦେଇଥିଲେ। ଯାହାପରେ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ପରେ ମଧୁବାଲା ଦିଲୀପ କୁମାରଙ୍କ ନିକଟତର ହୋଇଥିଲେ ମଧ୍ୟ ଏହି ସମ୍ପର୍କ ବଢିପାରି ନ ଥିଲା। ସେ ଚିକିତ୍ସା ପାଇଁ ଲଣ୍ଡନ ଯିବା ପୂର୍ବରୁ ୧୯୬୦ରେ କିଶୋର କୁମାରଙ୍କୁ ବିବାହ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍‌ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍‌ ବାହାରେ...

ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଏହାକୁ ଦେଖିବା ପାଇଁ...

୨୧ ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିଲେ ସଲମାନ୍‌: ଛପା ସରିଥିଲା କାର୍ଡ, ହେଲେ….

ସଲମାନ୍‌ ଖାନ୍‌ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ...

ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ

ବମ୍ବେ: ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜକୁ ନେଇ ଚର୍ଚ୍ଚାରେ ରାହୁଲ ବୈଦ୍ୟ। ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ସେ ପ୍ରତିଯୋଗୀ ଭାବେ ଓହ୍ଲାଇଛନ୍ତି। ଘରେ...

ଯନ୍ତ୍ରଣା ବଖାଣିଲେ ହେମାମାଳିନୀ

ଶେଷରେ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନ ତାଲିବାନ ଅଧୀନରେ ଆସିଛି। ଏଭଳି ସମୟରେ ବଲିଉଡ ସେଲିବ୍ରିଟି ସେଠାକାର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି।...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଶୁଟିଂସେଟ୍‌ରେ ପ୍ରବଳ ଗାଳି ଦେଇଥିଲେ କୋରିଓଗ୍ରାଫର

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ତାଙ୍କର ପ୍ରଥମ...

ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ

ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ...

ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବିକଲେ ଯୁବକ

କିଛିଦିନ ତଳେ ଜଣେ ମହିଳା ନିଜକୁ ଅନୁରାଧା ପଡ଼ଓ୍ବାଲଙ୍କ ଝିଅ କହି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ...

Advertisement
Archives

Model This Week