ଦିଲୀପ କୁମାରଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ଦିଓ୍ବାନୀ ଥିଲେ ମଧୁବାଲା

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମ ବାର୍ଷିକୀ। ଫେବୃଆରୀ ୧୪ରେ ଜନ୍ମ ହୋଇଥିବା ମଧୁବାଲାଙ୍କ ପ୍ରକୃତ ନାମ ମମତାଜ ଜାହାନ ବେଗମ ଦେହଲବ। ତାଙ୍କୁ ଟ୍ରାଜେଡି କୁଇନ୍‌ ମଧ୍ୟ କୁହାଯାଉଥିଲା। ମଧୁବାଲା ୫୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ସେହି ସମୟର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଥିଲେ। ମଧୁବାଲା ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଆସୁଥିଲେ। ବିଶେଷକରି ଦିଲୀପ କୁମାରଙ୍କ ସହ ପ୍ରେମ ଏବଂ ବ୍ରେକଅପ ଏବଂ ପରେ କିଶୋର କୁମାରଙ୍କ ସହ ବିବାହ ଯୋଗୁ ମଧୁବାଲା ଅନେକ ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ କ୍ୱଚିତ୍‌ କେହି ଜାଣନ୍ତି ନାହିଁ ଯେ ଟ୍ରଜେଡି କୁଇନ୍‌ ଦିଲୀପ କୁମାରଙ୍କ ପୂର୍ବରୁ ଅନ୍ୟ କାହାକୁ ଭଲ ପାଉଥିଲେ। ମଧୁବାଲା ବହୁତ କମ ବୟସରେ କାମ କରିବା ଆରମ୍ଭ କରିଥିଲେ। ସେ ୧୯୪୨ରେ ଚଳଚ୍ଚିତ୍ର ‘ବସନ୍ତ’ରେ ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିଲେ। ଏହାପରେ ୧୯୪୭ରେ ‘ନୀଳ କମଳ’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯେଉଁଥିରେ ବେଗମ ପାରା ଏବଂ ରାଜ କପୁର ମଧ୍ୟ ଅଭିନୟ କରିଥିଲେ।

ନିକଟରେ ମଧୁବାଲାଙ୍କ ଭଉଣୀଙ୍କୁ ଏକ ସାକ୍ଷାତକାରରେ ଦିଲୀପ କୁମାରଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ମଧୁବାଲା
ପ୍ରେମନାଥଙ୍କ ପ୍ରେମରେ ପଡିଥିଲେ ବୋଲି ପଚରାଯାଇଥିଲା। ସେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହଁ ସେ ତାଙ୍କ ସହ ପ୍ରେମରେ ପଡିଥିଲେ। ପ୍ରେମନାଥ ମୁସଲମାନ ଥିଲେ। ସେତେବେଳେ ହିନ୍ଦୁ ଓ ମୁସଲମାନ ବିବାହ କରୁ ନ ଥିଲେ। ବାପା ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ପ୍ରେମନାଥ ଚାହୁଁଥିଲେ କି ମଧୁବାଲା ଧର୍ମ ପରିବର୍ତ୍ତନ କରନ୍ତୁ କିନ୍ତୁ ସେ ମନା କରିଦେଇଥିଲେ। ଯାହାପରେ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ପରେ ମଧୁବାଲା ଦିଲୀପ କୁମାରଙ୍କ ନିକଟତର ହୋଇଥିଲେ ମଧ୍ୟ ଏହି ସମ୍ପର୍କ ବଢିପାରି ନ ଥିଲା। ସେ ଚିକିତ୍ସା ପାଇଁ ଲଣ୍ଡନ ଯିବା ପୂର୍ବରୁ ୧୯୬୦ରେ କିଶୋର କୁମାରଙ୍କୁ ବିବାହ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri