ରତନ ଟାଟାଙ୍କ ବାୟୋପିକ୍‌ରେ ନଜର ଆସିବେ ନାହିଁ ମାଧବନ

ନୂଆଦିଲ୍ଲୀ, ୧୩।୧୨- ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଶିଳ୍ପପତି ରତନ ଟାଟାଙ୍କ ବାୟୋପିକ୍‌ ଫିଲ୍ମର ପୋଷ୍ଟର ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ଆର୍‌. ମାଧବନଙ୍କୁ ଦେଖିବାକୁ ମିଳୁଛି। ତେବେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ୫୦ ବର୍ଷୀୟ ଅଭିନେତା।

ଫ୍ୟାନ୍‌ଙ୍କ ସହ ଏକ ଆଲୋଚନା ବେଳେ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ,
ଶିଳ୍ପପତି ରତନ ଟାଟାଙ୍କ ବାୟୋପିକ୍‌ରେ ତାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ କି? ଯଦି ଏଭଳି ହୁଏ, ତେବେ ଏହା ଅନେକଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ଖଣ୍ଡନ କରିଛନ୍ତି ମାଧବନ । ଥ୍ରି ଇଡିଏଟ୍‌ ଷ୍ଟାର ଏହାର ଜବାବ ଦେଇ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଏହା ସତ ନୁହେଁ। ଏହା ମୋର କିଛି ଫ୍ୟାନ୍‌ଙ୍କ ଇଚ୍ଛା। ଏହି ଫିଲ୍ମ ସମ୍ପର୍କରେ କୌଣସି ପ୍ରକାର ଆଲୋଚନା ଚାଲି ନାହିଁ।

Share