Categories: ଜାତୀୟ

ସେବିର ପ୍ରଥମ ମହିଳା ଅଧ୍ୟକ୍ଷ ହେଲେ ମାଧବୀ ପୁରୀ

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ସୋମବାର ନିଯୁକ୍ତ କରିଛନ୍ତି। ଏଥିସହ ମାଧବୀ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଛନ୍ତି। ଆଇସିଆଇସିଆଇ ସିକ୍ୟୁରିଟିଜର ପୂର୍ବତନ ମୁଖ୍ୟ ମାଧବୀ ୨୦୧୭ ଏପ୍ରିଲ ୫ରୁ ଅକ୍ଟୋବର ୪,୨୦୨୧ ପର୍ଯ୍ୟନ୍ତ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସେ ଅଜୟ ତ୍ୟାଗୀଙ୍କ ସ୍ଥାନ ନେବେ, ଯାହାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି।

ହିମାଚଳ ପ୍ରଦେଶ କ୍ୟାଡର୍‌ ୧୯୮୪ ବ୍ୟାଚର ଆଇଏଏସ ଅଫିସର୍‌ ଅଜୟ ତ୍ୟାଗୀଙ୍କୁ ୨୦୧୭ ମାର୍ଚ୍ଚ ୧ରେ ତିନି ବର୍ଷ ପାଇଁ ସେବିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କର କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରାଯାଇଥିଲା। ପରେ ଅଗଷ୍ଟ ୨୦୨୦ ରେ ତାଙ୍କର କାର୍ଯ୍ୟକାଳକୁ ଆଉ ୧୮ ମାସ ବଢାଯାଇଥିଲା।

 

 

Share