Advertisement
Posted inଫୁରସତ

ସବୁଠୁ ରାଗ ଲଙ୍କା ଖାଇ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ୩୩ ସେକେଣ୍ଡରେ ଖାଇଲେ ୧୦ ଲଙ୍କା

ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଉପାୟରେ ବିଶ୍ୱ ରେକର୍ଡ ବିଷୟରେ ଶୁଣିଥିବେ ଏବଂ ପଢ଼ିଥିବେ। ଯେଉଁଥିପାଇଁ ଲୋକମାନେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ରେକର୍ଡ କରାଯାଇଛି ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ଲଙ୍କା ଖାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ଆମେରିକା କାଲିଫର୍ନିଆର ଜଣେ ବ୍ୟକ୍ତି ରେକର୍ଡ ସମୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଖୁବ୍‌ କମ୍‌ ସମୟରେ ୧୦ଟି ରାଗ ଲଙ୍କା ଖାଇ ରେକର୍ଡ କରିଛନ୍ତି। ଗ୍ରେଗୋରୀ ଫୋଷ୍ଟର ନାମକ ଏହି ବ୍ୟକ୍ତି ଜଣକ ମାତ୍ର ୩୩.୧୫ ସେକେଣ୍ଡରେ ୧୦ଟି ରାଗ ଲଙ୍କା ଖାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି।

ଗ୍ରେଗୋରୀ ୧୦ଟି କାରୋଲିନା ରିପର୍‌ ଲଙ୍କା ଖାଇଛନ୍ତି। କାରୋଲିନା ରିପର୍‌ ଲଙ୍କା ହେଉଛି ଦୁନିଆର ସବୁଠାରୁ ରାଗ ଲଙ୍କା। ଏହାପୂର୍ବରୁ ସେ ମାତ୍ର ୮.୭୨ ସେକେଣ୍ଡରେ ୩ଟି ରାଗ ଲଙ୍କା ଖାଇ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ଯଦିଓ ଗ୍ରେଗୋରୀ ପୂର୍ବରୁ, ଅଳ୍ପ ସମୟ ମଧ୍ୟରେ ଏହି ଲଙ୍କା ଖାଇବାର ରେକର୍ଡ କାନାଡାର ମାଇକ୍‌ ଜ୍ୟାକ୍‌ଙ୍କ ନାମରେ ଥିଲା। ସେ ୯.୨୭ସେକେଣ୍ଡରେ ଏହି ରେକର୍ଡ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ରେକର୍ଡକୁ ଭାଙ୍ଗନ୍ତି ଗ୍ରେଗୋରୀ।

ଆମେରିକାରେ ଦୁନିଆର ସବୁଠୁ ରାଗ ଲଙ୍କା ଦେଖିବାକୁ ମିଳିଥାଏ। ଯାହାକି କାରୋଲିନା ରିପର ଭାବରେ ଜଣାଶୁଣା। ଏହି ଲଙ୍କା ପ୍ରାୟ ୧୫,୬୯,୩୦୦ ଏସ୍‌ଏଚ୍‌ୟୁ ଅର୍ଥାତ୍‌ ସ୍କୋଭିଲ ହିଟ ୟୁନିଟ୍‌। ଏଥିରୁ ଅନୁମାନ କରନ୍ତୁ ଏହି ରାଗ ଲଙ୍କା ଖାଇ ଜିତିବା କୌଣସି ଯୁଦ୍ଧଠାରୁ ବି କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ବିବାହ କରାଇଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ...

୫୫ ହଜାର ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଲେ ସୁଶାନ୍ତଙ୍କ ପ୍ରଶଂସକ

ଆଗ୍ରା, ୨୬।୯: ତାଜ୍‌ ନଗରୀ ଆଗ୍ରାର ଜଣେ ଯୁବକ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକ ଜଣଙ୍କ କହିଛନ୍ତି, ସେ ତାଙ୍କ ପରିବାର ଲୋକଙ୍କ ଲାଗି ଏପରି...

ଦୃଷ୍ଟି ଆକର୍ଷଣ କରୁଛି ଧଳା ବାଦୁଡି: ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ କେବେକେବେ ଏମିତି କିଛି ଭିଡିଓ ଅବା ଫଟୋ ଭାଇରାଲ ହୋଇଥାଏ ଯାହା ଆସିଥାଏ ଚର୍ଚ୍ଚାକୁ। ନିକଟରେ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ଇନଷ୍ଟାଗ୍ରାମରେ...

ଏକଦା ଅନ୍ୟ ଧର୍ମରେ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ ଆଇଏଏସ୍‌ ଟିନା ଡାବି; ୨ ବର୍ଷ ପରେ ଛାଡ଼ପତ୍ର ପାଇଁ ହେଲେ କୋର୍ଟର ଦ୍ୱାରସ୍ଥ

୨୦୧୫ ମସିହାରେ ୟୁପିଏସ୍‌ସି ଟପ୍ପର ହୋଇଥିଲେ ଆଇଏଏସ୍‌ ଟିନା ଡାବି। ଏହାପରେ ସେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ସେ ଅନ୍ୟଧର୍ମର ଅତହର...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍‌ ପ୍ରସ୍ତୁତ କରୁଛନ୍ତି ୯୯ ବର୍ଷୀୟା ବୃଦ୍ଧା

ପୁନେ,୩୧।୫: ଦେଶରେ ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ବହୁ ଲୋକ ଆଗେଇ...

ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଓ୍ବାଶିଂଟନ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ। ବହୁ ପ୍ରୟାସ ସତ୍ତ୍ୱେ ନାସା ଫେଲ୍‌ ମାରିଛି। ଏହାର ଫଟୋ ଉଠାଇବା ଲାଗି...

ସାକ୍ଷରତା ହିଁ ବିକାଶ

ସାକ୍ଷରତା ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଦେଶର ବିକାଶ ପାଇଁ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ହାର ଯେଉଁଠି ଯେତେ ଅଧିକ ତାହା ସେତେ ବିକଶିତ। ଏହା...

କମ୍‌ ତାପମାତ୍ରା ଜୋନ୍‌ରେ ଅସମ୍ଭାଳ ତାତି, ରାସ୍ତାରେ କରାଯାଇଛି ଓ୍ବାଟର ଫଲ୍‌, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ସମଗ୍ର ୟୁରୋପରେ ବର୍ତ୍ତମାନ ଅସମ୍ଭାଳ ତାତି। ଜୁନ୍‌ ଶେଷ ସପ୍ତାହରେ ମଧ୍ୟ ଏଠାକାର ତାପମାତ୍ରା ୪୫ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଏଠାରେ ତାପମାତ୍ରା...

Advertisement
Archives

Model This Week