ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ଆକ୍ରମଣରେ ୨୨ ଆହତ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ସହରରେ ଶନିବାର ସକାଳେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିଲା। ମର୍ଣ୍ଣିଂଓ୍ବାକ କରୁଥିବା ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିଲା। ଆକ୍ରମଣରେ ୨୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପାଗଳ କୁକୁରକୁ ପିଟି ପିଟି ମାରିଦେଇଥିବା ଜଣାପଡିଛି। ପୌରାଞ୍ଚଳ ଅଧୀନ ୪ନଂ ୱାର୍ଡ଼ର ପୁଲବଜାର, ଖୁଆଜାବାଗ୍‌, କସାବ ମହଲ୍ଲା, ବାଲୁବଜାର, ରେଜାଉଲ୍ଲା ଲେନ, ମୁନିପଦା ଆଦି ଅଞ୍ଚଳରେ ସକାଳ ସମୟରେ ଲୋକମାନେ ମର୍ଣ୍ଣିଂଓ୍ବାକ କରୁଥିବା ବେଳେ ହଠାତ୍‌ ଉକ୍ତ ପାଗଳ କୁକୁର ଆସି ପ୍ରଥମେ ସେକ ଆକବରଙ୍କୁ କାମୁଡିଥିଲା। ପରେ ନସିମା ବିବି, ଗୋପାଳଚନ୍ଦ୍ର ସେଠୀ,ସେକ ଅନାଦୁଲ୍ଲା, ସେକ ଅବଦୁଲ୍ଲା, ସେକ୍‌ କାଦିର, ତୁମରୁନ ବିବି, ସେକ ପିଆଉଦ୍ଦିନ, ସେକ୍‌ ଇଦ୍ରିସ ଓ ସୃଷ୍ଟିଧର ଦେଙ୍କ ଭଳି ମୋଟ ୨୨ଜଣଙ୍କୁ ଆକ୍ରମଣ କରିଥିଲା। ଏଥିରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କୁକୁରର ଏମିତି ଉତ୍ପାତ ଦେଖି ଲୋକମାନେ ଛାନିଆ ହୋଇଯାଇଥିଲେ। ଆହତ ବ୍ୟକ୍ତି ଓ ପିଲାମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକମାନେ କୁକୁରକୁ ପିଟି ପିଟି ମାରିଦେଇଛନ୍ତି। କୁକୁର କାମୁଡ଼ାରେ ଆହତ ସେଖ କାଦର କହିଛନ୍ତି, କୁକୁରଙ୍କ ଏଭଳି ଉତ୍ପାତ ପାଇଁ ପ୍ରଶାସନ ଦାୟୀ। ବୁଲା କୁକୁରଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ଲୋକେ ଆକ୍ରମଣର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଆଖିବୁଜା ଗୁଳି ଚାଳନା, ୧୧ ମୃତ

କେପଟାଉନ,୭।୧୨: ଦକ୍ଷିଣ ଆଫ୍ରିକାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକା ପୋଲିସ ସେବା (SAPS) ଶନିବାର...

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri