ଯନ୍ତ୍ରପାତି ବଢ଼ାଉଛି କୃଷି ଉତ୍ପାଦନ

ନୟାଗଡ,୧୪।୧୧(ଲୋକନାଥ ମିଶ୍ର): ନୟାଗଡ ଷ୍ଟାଡିୟମରେ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏ ଅବସରରରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ସାହୁ ଯୋଗ ଦେଇ କହିଥିଲେ, ଚାଷ ଜମିର ପରିମାଣ ହ୍ରାସ ପାଇ ଚାଲିଛି। ତେବେ ଯାନ୍ତ୍ରୀକରଣ ଯୋଗୁ ଉତ୍ପାଦନ ବଢ଼ିବାରେ ଲାଗିଛି। ଖାଦ୍ୟଶଷ୍ୟରେ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ଏବେ ଚାଉଳ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିଛି। ପୁଣି ପନିପରିବା, ମାଛ, ଛତୁ, ଦୁଗ୍ଧରେ ଉତ୍ପାଦନ ବଢ଼ି ଚାଲିଛି। ମୁଖ୍ୟମନ୍ତ୍ରୀ କୃଷି ପାଇଁ ବ୍ୟବହୃତ ଯନ୍ତ୍ରପାତିରେ ରିହାତି ବ୍ୟବସ୍ଥା ଲାଗୁ ପରେ ସୁଫଳ ମିଳିଛି। ମୁଖ୍ୟବକ୍ତା ରୂପେ କୃଷି ବିଭାଗର ମୁଖ୍ୟଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗଦେଇ କହିଥିଲେ, କୃଷି ଯନ୍ତ୍ରପାତି ବିକ୍ରୟ ପାଇଁ ନୟାଗଡ଼ ଜିଲାକୁ ୧୨ କୋଟି ଟଙ୍କା ଟାର୍ଗେଟ ଦିଆଯାଇଛି। କୃଷିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ପରି ଅନେକ ଯୋଜନା ଚାଷ ପାଇଁ ନୂଆ ଦିଶା ଦେଖାଇଛି। ବହୁ ଯୁବକ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଆପଣେଇ ଚାଲିଛନ୍ତି। ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କହିଛନ୍ତି, କୃଷି ବିଭାଗର ବିଭିନ୍ନ ଯୋଜନା କିଛି ନିର୍ଦ୍ଦିଷ୍ଟ ଚାଷୀ ଉପଭୋଗ କରୁଛନ୍ତି। ତେଲିଆ ମୁଣ୍ଡରେ ତେଲ ଠିକ ନୁହେଁ। ସକରାରଙ୍କ ଯୋଜନା ସମସ୍ତ ଚାଷୀ ଜାଣିବା ଓ ପାଇବା ଦରକାର ବୋଲି କହିଥିଲେ। ସରକାର କୃଷି ପାଇଁ ଦେଉଥିବା ସବ୍‌ସିଡ ଓ ସୁବିଧା ସୁଯୋଗ ସମ୍ପର୍କରେ ଅଧିକ ସଚେନତାର ଆବଶ୍ୟକତା ରହିଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ, ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କୃଷି ବଜେଟ କରିବା ପରେ କୃଷି ଓ କୃଷକଙ୍କର ଉନ୍ନତି ହୋଇଛି। ଜିଲାପାଳ ସାହୁ କହିଥିଲେ, ଯନ୍ତ୍ରପାତିରେ ରିହାତି ଯୋଗୁ ଚାଷୀଙ୍କ ଆୟ ୨ ଗୁଣା ହୋଇଛି। କୃଷି କ୍ଷେତ୍ରରେ ରାଜ୍ୟ କୃଷି କର୍ମଣ ପୁରଷ୍କାର ବହୁ ଥର ପାଇଛି। ଜିଲା ମୁଖ୍ୟ କୃଷି ଅଧିକୋରୀ ବିଷ୍ଣୁ ପ୍ରସାଦ ସାହୁ ଧନ୍ୟବାଦ ଦେଇଥିବାବେଳେ ଅପନ୍ନା ପ୍ରିୟଦର୍ଶିନୀ ସଭା ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri