ଶେଷ ହେଲା ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୪ା୧୦(ଡି.ଏନ.ଏ.): ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପୀ ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି। ସେହିପରି ଅଷ୍ଟମୀଗତେ ମହାନବମୀ ସୋମବାର ମା’ବିରଜାଙ୍କ ପୀଠରେ ପାଳିତ ହୋଇଯାଇଛି। ମହାନବମୀ ପୂଜା ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯାଇଥିଲା ା ଏହାପରେ ବେଶଭୁଷା କରାଯାଇ ନବେଦ୍ୟ ଅର୍ପଣ ପରେ ନବମୀ ବିହିତ ପୂଜା କରାଯାଇଥିଲା ା ଏହାପରେ ରଥରେ ଥିବା ବିଜେ ପ୍ରତିମାଙ୍କ ପୂଜା କରାଯିବା ପରେ ମା’ଙ୍କୁ ନୀତି ଅର୍ପଣ ପରେ ପହଡ଼ ପଡ଼ିଥିଲା। ପହଡ଼ ଖୋଲିବା ପରେ ଶ୍ରୀଅଙ୍ଗଲାଗି ସେବାୟତ ମା’ଙ୍କ ଆର୍ଶାଦଣ୍ଡକୁ ଧରି ରଥ ଉପରେ ବିଜେ କରିଥିଲେ ା ନବମୀ ଦିନ ଶ୍ରୀ ଅଙ୍ଗଲାଗି ସେବାୟତ, ମା’ଙ୍କ ସେବାରେ ନିୟୋଜିତ ବିଭିନ୍ନ ସେବାୟତ ଓ ପୋଲିସ ବାହିନୀ ମା’ଙ୍କ ସିଂହଧ୍ୱଜ ରଥକୁ ଟାଣି ଆଣି ସିଂହଦ୍ୱାର ନିକଟରେ ରଖିଥିଲେ। ପରେ ଆର୍ଶାଦଣ୍ଡ ଧରି ଶ୍ରୀଅଙ୍ଗଲାଗି ସେବାୟତ ରଥରୁ ମା’ଙ୍କୁ ଓହ୍ଲାଇ ଗର୍ଭଗୃହରେ ରଖିବା ପରେ ଆଳତୀ ହୋଇଥିଲା। ରାତ୍ର ୧୦ଘଟିକା ପରେ ମା’ଙ୍କ ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ, ଧର୍ମାଧିକାରୀ, ପୂଜକ, ପାଳିହା, ଲାଖ, ସମିଧ, ଆର୍ଶା, ତରାସ, ଛତା, ଚାମର ଓ ମା’ଙ୍କ ପୂଜାରେ ନିୟୋଜିତ ହୋଇଥିବା ବିଭିନ୍ନ ସେବାୟତଙ୍କୁ ଶିରିପା ବନ୍ଧା ହେବାପରେ ସମସ୍ତେ ରଥ ଦାଣ୍ଡରେ ଥିବା ମା’ଙ୍କର ସିଂହଧ୍ୱଜ ରଥକୁ ଆସିଥିଲେ। ରଥ ଉପରେ ପୁରୋଧା ବିଜେ ପ୍ରତିମାଙ୍କ ପୂଜା ଶେଷ କରିଥିଲେ। ଏହାପରେ ଏକ ସୁସଜ୍ଜିତ ବିମାନରେ ମା’ଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟ, ବାଦ୍ୟ, ଦୁନ୍ଦୁଭି, ଶଙ୍ଖ, ତୁରି, ଭଜନ କୀର୍ତ୍ତନ କରାଯାଇ ଅନତି ଦୂରରେ ଥିବା ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମା’ଙ୍କ ମଣ୍ଡପରେ ପୂଜାର୍ଚ୍ଚନା ସରିବା ପରେ ମହିଷି ରୂପୀ ଅସୁରର ନିଧନ ସ୍ବରୂପ ଚତୁର୍ଦ୍ଦିଗକୁ ଲାଖଧାରି ପୂଜକ ଶର ନିକ୍ଷେପ କରିଥିଲେ। ଲାଖବିନ୍ଧାରେ ଲାଖ ନିକ୍ଷେପ ପରେ ମା’ବିରଜାଙ୍କୁ ସୁସଜ୍ଜିତ ବିମାନକୁ ନଗର ପରିକ୍ରମା କରାଯାଇଥିଲା ା ଏହାପରେ ମା’ଙ୍କ ବିଜେ ପ୍ରତିମାକୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ରତ୍ନ ସିଂହାସନରେ ରଖାଯାଇଥିଲା। ପରେ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ମା’ ବିରଜାଙ୍କୁ ଅଧରପଣା ଅର୍ପଣ କରାଯାଇଥିଲା। ପରେ ମା’ଙ୍କର ପହୁଡ଼ ପଡ଼ିଥିଲା। ଉପରୋକ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲାପାଳ ଗୋପିନାଥ କୁଅଁର, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଜିଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ଉପାଧ୍ୟାୟ, ଯାଜପୁର ଟାଉନ ଥାନାର ଭାରପ୍ରାପ୍ତ ଅଧିକାର ଅଜୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶେଷ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri