ମା’ଙ୍କ ଶରଧା ନାଲି ରଙ୍ଗରେ…

ଆଦ୍ୟାଶକ୍ତି ମା’ଦୁର୍ଗାଙ୍କ ଆଗମନ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଓ ଉନ୍ମାଦନା ା ଦିଗ୍‌ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା କାଶତଣ୍ଡିଫୁଲର ମଧୁ ହିଲ୍ଲୋଳ ପୂଜାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦିଏ। ଦିନଥିଲା, ମା’ଙ୍କୁ ଲାଲ୍‌ ରଙ୍ଗ ପସନ୍ଦ ବୋଲି ଧରାପୃଷ୍ଠରେ ତାଙ୍କ ସ୍ବାଗତ ଲାଗି ଝିଅମାନେ ମଞ୍ଜୁଆତି, ହରଗୌରା ଆଦିରେ ହାତକୁ ସଜାଉଥିଲେ। ଏବେ ବି ପୂଜାରେ ଝିଅମାନେ ମେହେନ୍ଦୀ ଲଗାଉଛନ୍ତି ସତ, ହେଲେ ସେଥିରେ ନା ଅଛି ସେ ଆନନ୍ଦ ଉଲ୍ଲାସ ନା ସେ ମାଦକତା। ଆଧୁନିକତାର ଛାପ ଭିତରେ ଯେମିତି କେଉଁଆଡ଼େ ହଜିଯାଇଛି ସେ ବେଳର ପ୍ରଥା ଆଉ ପରମ୍ପରା…

 

ମଞ୍ଜୁଆତିର ମଞ୍ଜୁଳତା: ଡା. ସରୋଜିନୀ ଷଡଙ୍ଗୀ(ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ): ‘ଯା ଦେବୀ ସର୍ବ ଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ ା’ ଅଭୟଦାୟିନୀ ଶକ୍ତିମୟୀ ମା’ଦୁର୍ଗା ଯେବେ ପୃଥିବୀକୁ ଓହ୍ଲାଇ ଆସି ମଣ୍ଡପରେ ଉଭା ହୁଅନ୍ତି ଶରୀର ଓ ମନ ଉନ୍ମୁଖ ହୋଇଉଠେ, ଧମନୀର ପ୍ରତ୍ୟେକ ରକ୍ତକୋଷରେ ପୂରିଯାଏ ପାର୍ବଣର ଋତୁ ା
ଧରିତ୍ରୀ, ଆକାଶ ଓ ଦିଗ୍‌ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା ସମସ୍ତେ ନୂଆ ଲୁଗା ପିନ୍ଧି ସଜବାଜ ହୋଇ ମା’ ଦୁର୍ଗାଙ୍କର ସ୍ତୋତ୍ର ଓ ମନ୍ତ୍ର ଉଚ୍ଚାରଣ କରି ମା’ଙ୍କର ପୂଜା ଅର୍ଚ୍ଚନା କରନ୍ତି ା ମା’ ପୂଜା ଆସିଲେ ହିଁ ନୃତ୍ୟ, ସଂଗୀତ, ଘଣ୍ଟ ଘଣ୍ଟା ଆଉ ମାଦଳର ମଙ୍ଗଳମୟ ଧ୍ୱନିରେ ମନ ଚାଲିଯାଏ ବହୁବର୍ଷ ତଳର ସେଇ ଅଭୁଲା ଅତୀତକୁ ା ସେତେବେଳେ ମୁଁ ମାମୁ ଘରେ ରହି ପାଠପଢୁଥିଲି ା ଆମ ଘର ପାଖରେ ଦୁର୍ଗାଙ୍କର ଦୁଇଟି ମେଢ ହେଉଥିଲା ା ଆମ ସାହିରେ ଯେଉଁ ପୂଜା ହେଉଥିଲା ତାହା ଖୁବ୍‌ ଚମକତ୍ାର ଥିଲା ା ଷଷ୍ଠୀ ଦିନରୁ ପୂଜାର ଆରମ୍ଭ ହୋଇଥାଏ ା ସେତେବେଳେ ନା ଥିଲା ଏତେ ସବୁ ରଙ୍ଗର ନେଲ୍‌ପଲିସ୍‌ ନା ହେଉଥିଲା ନେଲ୍‌ ଆର୍ଟ। ମେହେନ୍ଦୀର ଏତେ ଚମକତ୍ାର ଡିଜାଇନ୍‌ ବା ଲଗାଇବାର ଶୈଳୀ ବି ଜଣା ନ ଥିଲା ା ତେଣୁ ମା’ଙ୍କୁ ସ୍ବାଗତ ଜଣାଇବା ଲାଗି ଆମେ ମଞ୍ଜୁଆତି ଲଗାଇବାକୁ ତପତ୍ର ହୋଇପଡୁଥିଲୁ ା ହାତ ଓ ନଖ ଲାଲ୍‌ କରିବାକୁ ପ୍ରବଳ ଆଗ୍ରହ ା ଆମେ ମଞ୍ଜୁଆତି ପତ୍ର ତୋଳିଆଣି ତାକୁ ବାଟୁଥିଲୁ। ସେ ବଟାରେ ଖଇର ମିଶାଇଲେ ଖୁବ୍‌ ଲାଲ୍‌ ରଙ୍ଗ ହେଉଥିଲା ା ଲୁହା କରେଇରେ ମଞ୍ଜୁଆତି ପତ୍ର ଖଇର ଓ କଫି ମିଶାଇ ବାଟି ତାକୁ କିଛି ସମୟ ରଖିଲେ ଖୁବ୍‌ ଲାଲ୍‌ ରଙ୍ଗ ହୋଇଯାଉଥିଲା ା
ତା’ପରେ ଜଣେ ଝିଅ ବସି ସମସ୍ତଙ୍କୁ ମଞ୍ଜୁଆତି ଲଗାଉଥିଲା। ପ୍ରାୟ ୨-୩ ଘଣ୍ଟା ପରେ ଶୁଖିଗଲେ ଆମେ ହାତ ଆଉ ନଖରୁ ମଞ୍ଜୁଆତି ଛଡ଼ାଇଲା ପରେ ଅଧିକ ଲାଲ୍‌ ହେବା ଲାଗି ନଡ଼ିଆ ତେଲ ବୋଳି ଦେଉଥିଲୁ। ଖାଲି ଏତିକି ନୁହେଁ, କାହାର କେତେ ଲାଲ୍‌ ରଙ୍ଗ ହୋଇଛି ଦେଖୁଥିଲୁ। ଏବେବି ମନେ ଅଛି ଥରେ ଥରେ ରଙ୍ଗ ଗାଢ଼ ନ ହୋଇଥିଲେ କେହି ଯେମିତି ନ ଦେଖନ୍ତି ଲୁଚେଇ ଲୁଚେଇ ଆଉଥରେ ମଞ୍ଜୁଆତି ବଟା ଲଗାଇ ଦେଉଥିଲୁ। ହାତରୁ ସେ ରଙ୍ଗ ଯଦିଓ କିଛି ଦିନରେ ଚାଲିଯାଉଥିଲେ ହେଲେ ନଖରୁ ଆଉଥରେ ସମ୍ପୂର୍ଣ୍ଣ ନୂଆ ନଖ ଆସିବା ପର୍ଯ୍ୟନ୍ତ ଧୀରେ ଧୀରେ ଯାଉଥିଲା। ସେଦିନର ସେ ପରମ୍ପରା ଆଉ ନାହିଁ। ଏବେ ବି ଦୁର୍ଗା ପୂଜା ଅଛି, ଝିଅମାନେ ମେହେନ୍ଦୀ ଲଗାଉଛନ୍ତି ହେଲେ ସେଥିରେ ସେ ବେଳର ରଙ୍ଗ, ସେ ଉଲ୍ଲାସ, ସେ ଆନନ୍ଦ , ସେ ମାଦକତା କାହିଁ?
ଦେବୀଙ୍କ ପସନ୍ଦ ନାଲି ରଙ୍ଗ: ଲକ୍ଷ୍ମୀ ଚାନ୍ଦ(ଭୁବନେଶ୍ୱର): କେଜାଣି କାହିଁକି ଆଶ୍ୱିନ ମାସ ଆସିଲେ ଦେହରେ ଏକ ନୂତନ ଶିହରଣ ଖେଳିଯାଏ। ମନ ଉଚ୍ଚାଟିତ ହୁଏ। ଦଶହରା ପାଇଁ କି? ଜାଣେନା। ତେବେ କିଛି ତ ହୁଏ। କିନ୍ତୁ ସେହି ଉଚ୍ଚାଟ ପିଲାବେଳେ ଆହୁରି ଅଧିକ ଥିଲା। ପଞ୍ଚମୀ ଦିନଠୁ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା। ଚାରିଆଡେ ଗହଳ ଚହଳ ଲାଗିରହୁଥିଲା। ମାଆ ଆମ ଚାରି ଭଉଣୀଙ୍କୁ ବାରମ୍ବାର ହାତ, ନଖ ପଚାଇବାକୁ କହୁଥିଲା। ସେଥିପାଇଁ ପୂର୍ବରୁ ଆମେ ମଞ୍ଜୁଆତି ପତ୍ର ବାଟିକି ରଖୁଥିଲୁ। କେହି କେହି ହରଗୌରା ଫୁଲ ବଟା କିମ୍ବା ଚା-ଚିନିକୁ ପୋଡ଼ି ମଧ୍ୟ ସେଥିରେ ହାତ ରଙ୍ଗାଉଥିଲେ। ଥରେ ମାଆକୁ ପଚାରିଥିଲି -କାହିଁକି ଷଷ୍ଠୀ ଦିନ ହିଁ ହାତ ଓ ନଖକୁ ରଙ୍ଗା ହୁଏ? ମାଆ କହିଥିଲା ଦେବୀ ଆସିବେ ପରା, ନାଲି ରଙ୍ଗ ଲଗେଇ ତାଙ୍କୁ ଆବାହନ କରାଯାଏ। -ହେଲେ ନାଲି ରଙ୍ଗ କାହିଁକି?
-ନାଲି ରଙ୍ଗ ପରା ଦେବୀଙ୍କୁ ଭାରି ପସନ୍ଦ। ତାଙ୍କୁ ସମ୍ମାନ ଦେଖେଇବାକୁ ହାତ ନଖ ରଙ୍ଗ କରାଯାଏ। ଯା ଯଦି ହାତ, ନଖ ରଙ୍ଗେଇ ସାରିଲୁ ଦାଣ୍ଡ କାନ୍ଥର ଦୁଇପାଖରେ ବଡ଼ ଫୁଲ ଦୁଇଟା ଆଙ୍କି ନାଲି ରଙ୍ଗ ଦେଇଦେବୁ। ମୁଁ ରାଉଣ୍ଡର ଧରି ଦଉଡ଼େ। ଏବେ ଏ କଥା କହିଲେ ଆଜିକା ପିଲା ହସି ହସି ଗଡ଼ିଯିବେ। ବଡ଼ ବଡ଼ ନଖରେ ନିଜ ଡ୍ରେସ ସହ ମ୍ୟାଚିଂ କରି ନେଲପୋଲିସ ଲଗାଉଥିବା ହାତରେ କ’ଣ ସେଦିନର ମଞ୍ଜୁଆତି, ଚା-ଚିନି କି ହରଗୌରାର ରଙ୍ଗ ଶୋଭା ପାଇବ? ମୋର ଝିଅ ଥିଲେ ସିଏ ବି ଏକଥା ଶୁଣି ହସିଥାନ୍ତା। ମୁଁ ନିର୍ବାକ ହୋଇ ତା’ ନଖର ବିଭିନ୍ନ ରଙ୍ଗକୁ ଦେଖୁଥାଏ। ଜାଣିପାରିଲିନି ଏତେ ସୁନ୍ଦର ପ୍ରଥା ସବୁ କେତେ ଶୀଘ୍ର ଲୋପ ପାଇଗଲା। ଆଧୁନିକତାର ଦ୍ୱାହି ଦେଇ ଆମେ କେଉଁଦିଗକୁ ଗତି କରୁଛେ? ପୂଜା ପାର୍ବଣରେ ଭକ୍ତି ଦୂର କଥା, କିଏ ନିଜକୁ ଅନ୍ୟ ସାମ୍ନାରେ କେତେ ଉପସ୍ଥାପନା କରିପାରୁଛି ତା’ର ପ୍ରତିଯୋଗିତାରେ ସମସ୍ତେ ଏବେ ବ୍ୟସ୍ତ। ପୁରୁଣା ଅନୁଭୂତି ସାଉଁଟିବା ଭିତରେ ହଠାତ୍‌ ମନେ ପଡ଼ିଲା ମା’ ଧରାବତରଣ କଲେଣି। ଦୌଡ଼ି ଯାଇ କିଛି ରଙ୍ଗ ନ ପାଇବାରୁ ଅଳତା ଆଣି କାନ୍ଥରେ ଦୁଇଟା ଫୁଲ ଆଙ୍କିବାକୁ ଲାଗିଲି। ଦେବୀଙ୍କ ନାଲି ରଙ୍ଗ ପସନ୍ଦ ପରା।
ହଜିଗଲାଣି ସେ ପରମ୍ପରା: ଉଷାରାଣୀ ମହାନ୍ତି(ଗଡ଼ ମହାବୀର ବିହାର, ଭୁବନେଶ୍ୱର): ଦୁଷ୍ଟ ନିବାରି ସନ୍ଥ ପାଳନ ନିମନ୍ତେ ମା’ ଆବିର୍ଭୂତା ହୁଅନ୍ତି। ପ୍ରକୃତି ସଜାଇ ହୋଇଯାଏ ମା’ଙ୍କ ଆବାହନ ପାଇଁ ଶରତର ଶୁଭ୍ର ତୋଫା ଜହ୍ନରେ। କାଶତଣ୍ଡିର ମନଲୋଭା ଦୃଶ୍ୟ, କାକର ଗାଧୁଆ ଧରଣୀ ରାଣୀର ସବୁଜ ବନାନୀ ସତେ ଯେମିତି ଗାଁରୁ ସହର ପାର୍ବଣ ମୁଖର କରିଦିଏ। ଆମ ଓଡ଼ିଶାର ପ୍ରତ୍ୟେକ ଦେବୀ ପୀଠ ଚଳଚଞ୍ଚଳ ହୋଇଉଠେ। ଦୀର୍ଘ ପଚାଶ ବର୍ଷ ତଳର ମୋ ପିଲାବେଳର କଥା ମନେ ପଡ଼ିଲେ ଲାଗୁଛି ସମୟ ବଦଳିଛି। ଜନ ମାନସରେ ଆଉ ସେ ନିଷ୍ଠା ବା ନୈବେଦ୍ୟ ନାହିଁ। ପୂଜାର ଆଗମନୀରେ ମନ ଭିତରେ ଯେଉଁ ଆଗ୍ରହ ଓ ଉତ୍କଣ୍ଠା ଥିଲା ତାହା ଏବେ ନାହିଁ। ମାଟି କାନ୍ଥକୁ ଗାଈ ଗୋବରରେ ଲିପି ତା’ ଉପରେ ଦଶ ରଙ୍ଗ ଦେଇ ପଦ୍ମ, ଓଲଟା ପଦ୍ମ, ଗଛ ଲତା ଇତ୍ୟାଦି ଆଙ୍କିବାକୁ ଗ୍ରାମ୍ୟ ଝିଅ ବୋହୂଙ୍କ ମନରେ ଯେଉଁ ପ୍ରତିଯୋଗିତା ମନୋଭାବ ତାହା ଆଜିକାଲି କାହଁି। ସେତେବେଳେ ଆମେ ଝିଅବୋହୂମାନେ ଏକାଠି ହୋଇ ମଞ୍ଜୁଆତି ପତ୍ର, ହରଗୌରା ଫୁଲ ବାଟି ହଳଦୀ, ଖଇର ଇତ୍ୟାଦି ମିଶେଇ ହାତ ପଚେଇବାରେ ଲାଗିପଡୁଥିଲୁ। ଶୁଖିବା ପର୍ଯ୍ୟନ୍ତ ହାତକୁ ସେମିତି ଟେକି ଟେକି ଲୁଡୁ, ତାସ୍‌ ଖେଳିବାର ମଜା ନେବାଠୁ ଆରମ୍ଭ କରି ଛୋଟଭାଇମାନେ ହାତକୁ ବୋଳି ଦେବେ ବୋଲି ଆମ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ମାଡ଼ ଖାଇବା ପର୍ଯ୍ୟନ୍ତ ସବୁ ମନେଅଛି। ଆମେ ବାଡୁଅ ଝିଅମାନେ ମଞ୍ଜୁଆତି ଲାଗି ସାରିବା ପରେ କାହାର କେତେ ନାଲି ହୋଇଛି ଦେଖୁଥିଲୁ। କାରଣ ବିଶ୍ୱାସ ଥିଲା ଯେ, ”ଯା’ ହାତ ଯେତେ ଲାଲ୍‌, ତା’ ବର ସେତେ ଭଲ“। କେବଳ ଏତିକି ନୁହେଁ, କୁଅଁାରୀ ଝିଅମାନେ ପ୍ରତିଦିନ ସନ୍ଧ୍ୟାରେ ଜହ୍ନିଫୁଲ ତୋଳି ଭାଇମାନଙ୍କ ଶୁଭ ମନାସି ଚଉରା ମୂଳରେ ପୂଜା କରନ୍ତି। ଘରେ ଘରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଦଶପ୍ରକାର ଫୁଲ, ଦଶ ପ୍ରକାର ଫଳ, ଦଶ ପ୍ରକାର ପୂରଦିଆ ମଣ୍ଡା ଲାଗିଥାଏ। ପ୍ରତ୍ୟେକ ପରିବାର ଉତ୍ସବ ମୁଖର ଥାଏ। ଏବେ ପୂଜାର ସେ ପରମ୍ପରା ଧୀରେ ଧୀରେ ଜନମାନସରୁ ହଜିଗଲାଣି।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri