୭ମ ଦିନରେ ମା’ ଠାକୁରାଣୀଙ୍କ ଯାତ୍ରା, ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ରବିବାର ୭ମ ଦିନରେ ପହଞ୍ଚିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା’ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ’ଙ୍କୁ ସନ୍ଧ୍ୟା ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ’ ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟ ଧାରୀ ମହିଳାମାନେ ମା ’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ। ମୁଖ୍ୟଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ଜନତାଲେନ୍‌ ଦେଇ ରାଣୀ ସାହି, ଆନନ୍ଦ ନଗର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପହଞ୍ଚିଥିଲେ। ଭାବକୁଣ୍ଡଳେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ମା’ଙ୍କୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମେଢ଼ ମଣ୍ଡପରେ ମା ’ ବୁଢ଼ୀ ଠାକୁରାଣୀଙ୍କ ଭେଟ୍‌ଘାଟ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା କମିଟିର କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର,ସଂଗ୍ରାମ କେଶରୀ ରଥ, ଅଶୋକ କୁମାର ନନ୍ଦ, ପ୍ରଦୀପ କୁମାର ରଥ, ଜେ. ମିଟୁ ରାଓ,ସୁଧାକର ସାହୁ, ଅଜିତ କୁମାର ନନ୍ଦ, ପି. ଦୁଷ୍ମନ୍ତ ଦୋରା, ସୁରେଶ କୁମାର ସାହୁ, ହରିକୃଷ୍ଣ ଗୌଡ଼, ଉଦୟ ସାମନ୍ତ, ସୁବାସ ପାଣିଗ୍ରାହୀ, ଅରୁଣ ପ୍ରଧାନ, ବାବୁଲା ରେଡ୍ଡୀ, ଏ. ବଦ୍ରି ରାଓ, ସୁଦର୍ଶନ ଗୌଡ଼, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ମା’ଙ୍କୁ ବନ୍ଦାପନା କରି ବର୍ଷକ ପାଇଁ ବିଦାୟ ଦେଇଥିଲେ। ମା’ଙ୍କ ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତା ପରିକ୍ରମା କରି ପୁଣି ଜନତା ଲେନ୍‌ ଦେଇ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଯାତ୍ରାପୀଠରେ ସକାଳେ ଦିଗପହଣ୍ଡିର ଗୋଲା ନାଚ, ସନ୍ଧ୍ୟାରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ମୁଖ୍ୟ ଆଲୋକ ବିଷୋୟୀ ଏବଂ କଳାକାର ବୃନ୍ଦ ନୃତ୍ୟ ଗୀତ ପରିବେଷଣ କରିଥିଲେ। ରାତି ପ୍ରାୟ ୧୧ ଟାରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସାନ ଆଖଡ଼ାର ନିର୍ଦ୍ଦେଶକ କୁରେଶୁ ସାହୁଙ୍କ ନିର୍ଦ୍ଦେଶନାରେ ଅପେରା ‘ହାଏ କୃଷ୍ଣ ବୋଲି ଯାଉ ଏ ଜୀବ’ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ, ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟକ, ଦୀପକ କୁମାର ମିଶ୍ର, ଆଶିଷ ପଟ୍ଟନାୟକ, କୁରେଶୁ ମହାରଣା, ନୀଳମାଧବ ଗୌଡ଼ , ପ୍ରଦୀପ କୁମାର ପଣ୍ଡା, ରବୀନ୍ଦ୍ର ମାର୍ଥା, ଶିବଶଙ୍କର ମହାକୁଡ଼ , ଏ . ଗୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri