ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଉଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ସକାଳୁ ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରରେ ପହଞ୍ଚି ମା’ସମଲେଶ୍ବରୀଙ୍କ ଦର୍ଶନ କରୁଛନ୍ତି। ଦେବୀଙ୍କ ପୀଠରେ ସକାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।

