ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ମା’ ସାଆନ୍ତାଣୀ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରରୁ ଆରମ୍ଭ ହୋଇଛି। ଦେଶୀ ବେହେରା ସାହିଠାରେ ଅସ୍ଥାୟୀ ମଣ୍ଡପରେ ସାଜସଜ୍ଜା ସରିଥିଲା। ମା’ଙ୍କ ଆଗମନ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦେଶୀ ବେହେରାସାହିଠାରେ ସକାଳ ୮ଟାରେ ଧେଣ୍ଡୁରା ଦିଆଯାଇ ୯ଟାରେ ଅସ୍ଥାୟୀ ମଣ୍ଡପରେ ଝୋଟି ପକାଯାଇଥିଲା। ୧୧ଟାରେ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ମା’ ବୁଢୀ ଠାକୁରାଣୀ ଓ ସାନ ଠାକୁରାଣୀଙ୍କ ଡାକରା ନିମନ୍ତେ ଯାଇଥିଲେ। ଏହାପରେ ସନ୍ଧ୍ୟାରେ ମା’ଙ୍କ ଡାକରାର ଚାଙ୍ଗୁଡି ପୂଜା ଦେଶୀ ବେହେରାଙ୍କ ବାସଭବନରେ ଅନୁ୍‌ଷ୍ଠିତ ହୋଇଥିଲା। ମା’ ଠାକୁରାଣୀଙ୍କ ଆଗମନ ପୂର୍ବରୁ ମଙ୍ଗଳବାର ମୁଖ୍ୟ ପୀଠରେ ବିଶେଷ ନୀତିକାନ୍ତି କରାଯାଇଥିଲା। ଭୋରରୁ ମା’ ଠାକୁରାଣୀଙ୍କ ମାର୍ଜନା, ସିଙ୍ଗାର ମୁଖ, ଆଳତି ଓ ସର୍ବସାଧାରଣଙ୍କ ବାଳଭୋଗ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ମୁଖ୍ୟ ଆଳତି, ଦହି ଅନ୍ନ ଭୋଗ, ମଙ୍ଗଳ ଆଳତି ପରେ ଦେଶୀ ବେହେରାଙ୍କ ଡାକରା ଆସିଥିଲା। ଅପରାହ୍ନରେ ଠାକୁରାଣୀଙ୍କ ରାଜଭୋଗ ଓ ଅନ୍ନଭୋଗ କରାଯାଇଥିଲା। ସନ୍ଧ୍ୟାରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ରାତି ୧୧ଟା ୪୦ରେ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଅର୍ଥାତ୍‌ ଦେଶୀ ବେହେରା ସାହିଠାରୁ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଏକ ବିରାଟ ଶୋଭା ଯାତ୍ରାରେ ନଡିଆ ମାର୍କେଟ, ବଡ ବଜାରଠାରୁ ଖାସ୍ପା ସାହି, କୁଡି ପେଜିବାରୀ ସାହି, ଖଡରା ସାହି ଦେଇ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ।
ମାନସିକଧାରୀଙ୍କ ବେଶ, ଘୋଡା ଓ ବାଘ ମୁଖା ନୃତ୍ୟରେ ମୁଖ୍ୟ ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ଦେଶୀ ବେହେରା ସାଥିରେ ଆଣିଥିବା ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଙ୍ଗୁଡିକୁ ରଖି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହାପରେ ସେବାୟତ ଭାଗୀରଥି ଗନ୍ତାୟତ ଓ ଅନ୍ୟ ସେବାୟତଙ୍କ ଦ୍ୱାରା ମା’ଙ୍କ ଆଜ୍ଞାମାଳ ନିମନ୍ତେ ପୂଜାର୍ଚ୍ଚନା ହୋଇଥିଲା। ଏହି ପୂଜାରେ ୫ ପ୍ରକାର ମିଠା, ୭ ପ୍ରକାର ପିଠା, ୭ ପ୍ରକାର ଫଳ, ସୁରା ପାନ ଓ ବାଳ ଭୋଗ କରାଯାଇଥିଲା। ଏଥିସହ ମନ୍ଦିର ଉପରକୁ ମହାଦୀପ ଉଠାଯିବା ସହ ନୂତନ ପତାକା ବନ୍ଧାଯାଇଥିଲା। ଦୀର୍ଘ ସମୟର ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅର୍ଥାତ ଠାକୁରାଣୀଙ୍କ ମସ୍ତକରୁ ଇଟିମଳା ଫୁଲ ଖସିଥିଲା। ସେହି ଫୁଲକୁ ଦେଶୀ ବେହେରା ଆଣିଥିବା ଚାଙ୍ଗୁଡିରେ ରଖାଯାଇଥିଲା। ଏହାପରେ ଦେଶୀ ବେହେରା ଉକ୍ତ ଆଜ୍ଞାମାଳକୁ ନେଇ ଅସ୍ଥାୟୀ ମଣ୍ଡପ ନିମନ୍ତେ ଯାତ୍ରା କରିଥିଲେ। ମା’ ଅସ୍ଥାୟୀ ମଣ୍ଡପକୁ ଆସିବା ସମୟରେ ପ୍ରବଳ ଜନସମାଗମ ହୋଇଥିଲା। ତେବେ ଅସ୍ଥାୟୀ ମଣ୍ଡପରେ ଭୋର ୫ଟାରେ ମା’ ସାଆନ୍ତାଣୀ ବିଜେ ହେବା ପରେ ଦର୍ଶନ ନିମନ୍ତେ ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲାବାସୀ ଭିଡ ଜମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri