ଗଞ୍ଜାମ, ୧୫।୯(ବିଦ୍ୟାଧର ସାହୁ ): ଆରମ୍ଭ ହୋଇଯାଇଛି ପର୍ବତ ଶିଖରେ ଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ । ପ୍ରତ୍ୟେକ ଦିନ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ। ଏହି ପୂଜା ଉପଲକ୍ଷେ କମିଟି ପକ୍ଷରୁ ମା’ଙ୍କ ଶାରଦୀୟ ଦୁର୍ଗାତ୍ସବ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଛି। ପରିଚାଳନା କମିଟି ସଭାପତି ସିଏଚ ଦୟାନନ୍ଦ ରେଡି, କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ, କମିଟି ଉପଦେଷ୍ଟା କୃଷ୍ଣ ମହାରାଜ, ତ୍ରିପତି ବାଲାଜୀ ମିଶ୍ର, ତୁଷାର ଶତପଥୀ ପ୍ରମୁଖ ତହସିଲଦାର,ବିଡ଼ିଓ ଏବଂ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କୁ ଭେଟି ନିମନ୍ତ୍ରଣ କାର୍ଡ ପ୍ରଦାନ କରିଥିଲେ । ଏଥିସହ ବିଭିନ୍ନ ରାଜନେତା, ପଦାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କାର୍ଡ ପ୍ରଦାନ କରାଯାଇଛି।


