ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ୨୯ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ। ଦୈନିକ ଚଣ୍ଡୀପାଠ, ଚଣ୍ଡୀ ହବନ, ବେଦପାଠ ଏବଂ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯିବ। ଏହି ଉତ୍ସବରେ ହଜାର ହଜାର ଭକ୍ତ ଯୋଗଦାନ କରି ମା’ଙ୍କ କୃପା ଲାଭ କରିବେ ବୋଲି ଆଶା କରାଯାଉଛି। ମନ୍ଦିର କମିଟି ପକ୍ଷରୁ ମନ୍ଦିର ସମସ୍ତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି, ଯାହା ଏହି ପୀଠର ଐତିହ୍ୟକୁ ଆହୁରି ଉଜ୍ଜ୍ୱଳ କରିବ। ମାନସିକଧାରୀ ଭକ୍ତମାନେ ଏଠାରେ ମୁଣ୍ଡନ କରି ଅଖଣ୍ଡ ଦୀପ ଲଗାନ୍ତି। ଟ୍ରଷ୍ଟ ଓ କମିଟି ପକ୍ଷରୁ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଏ। ଆଖପାଖ ଅଞ୍ଚଳ ସମେତ ଗଞ୍ଜାମ ଜିଲାର ପ୍ରାୟ ବହୁ ଅଞ୍ଚଳର ଲୋକମାଙ୍କୁ ନିଜ ଇଷ୍ଠ ଦେବୀ ଭାବରେ ପୂଜା କରି ଆସୁଛନ୍ତି । ପ୍ରତି ମାସର ସଂକ୍ରାନ୍ତିରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଏଠି ଦେଖିବାକୁ ମିଳେ । ଆଶ୍ୱିନ ମାସର ପ୍ରତି ମଙ୍ଗଳବାର ରେ ମା’ ପୂଜା ରିତିନୀିତି ପ୍ରକାରେ ପାଳନ ହୋଇଥାଏ ।
ଏହି ଶକ୍ତିପୀଠ କେବଳ ଧାର୍ମିକ ମହତ୍ୱ ନୁହେଁ, ବରଂ ସାଂସ୍କୃତିକ ଓ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ପ୍ରକୃତି ପ୍ରେମୀ ଓ ଭକ୍ତମାନଙ୍କ ପାଇଁ ଏହା ଏକ ଆଦର୍ଶ ସ୍ଥାନ। ଏହା ସହ ନୂଆ ବର୍ଷ ଓ ପିକନିକ ଋତୁରେ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି ।


