କର୍ଲାମୁଣ୍ଡା,୨୯।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମା’ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସୋମବାର ହୋଇ ଯାଇଛି । ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଯଦୁମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ମା’ ଙ୍କ ପୂଜକ ଭରତ ନାଗ, କାଳିଆ ନାଗ, ବରୁଣ ନାଗ, କୁବେର ନାଗଙ୍କ ସମେତ ଭକ୍ତମାନେ ଉପସ୍ଥିତଥିଲେ।


