ରିଷିଡ଼ା,୨୭ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ତେରେସିଂହାଠାରେ ମା’ ପାଟଖଣ୍ତାଙ୍କ ବଳିଯାତ୍ରା ଶନିବାର ସମ୍ପନ୍ନ ହୋଇଛି। ଭକ୍ତଙ୍କ ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କୁକୁଡ଼ା ଆଦି ବଳି ପଡ଼ିଥିଲା। ଏହି ଯାତ୍ରା ପୂର୍ବ ପାର୍ଶ୍ୱରେ ତେରେସିଂହା ଓ ଦକ୍ଷିଣ ପାର୍ଶ୍ୱରେ ବେଲପଡ଼ାଠାରେ ହୋଇଥିଲା।
ଯାତ୍ରାର ୮ଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତି ସାରେ ମା’ଙ୍କ ଷୋଳପୂଜା ହୋଇଥିଲା। ତେରେସିଂହା ଯାତ୍ରା ମୁଖ୍ୟ ପୂଜକ ଦାମୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମୀନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିଦ୍ର ରଣା, ଡମ୍ବରୁଧର ରଣା, ପୂରନ୍ଦର ବାରିକ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।
ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ପୂଜକ ପାଦୁକା ନାଏକ, ବରୁଆ ଅଜୁର୍ନ ନାଏକ, ହିତେଶ ନାଏକ, ସଭାପତି ନୀଳମଣି ଗହୀର, ସମ୍ପାଦକ କିଶୋର ଚନ୍ଦ୍ର ନାଏକ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ସନାତନ ନାଏକ, ଯୁଗଳ ନାଏକ, ଦିଲୀପ ଗହୀର, ନିର୍ମଳ ରଣା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


