ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମା’ ଲକ୍ଷ୍ମୀ

ପୁରୀ ଅଫିସ,୧୪।୧: ମା’ ଲକ୍ଷ୍ମୀ ପହିଲି ଭୋଗ ଅବସରରେ ବାପ ଘରକୁ ଯାଇଥିଲେ। ସେ ମକର ସଂକାନ୍ତିରେ ଶ୍ରୀମନ୍ଦିର ଫେରିବାର ପରମ୍ପରା ରହିଛି। ଏ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଚୂନରା ସେବକମାନେ ରଙ୍ଗ ଲେପି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରୁଛନ୍ତି । ଶ୍ରୀମନ୍ଦିର ଚୂନରା ସେବକ ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହନ୍ତି, ମହାଲକ୍ଷ୍ମୀ ଫେରିବା ପୂର୍ବରୁ ଭାରରେ ଚୂନ ଓ ଗେରୁ ପଠାଇଥାନ୍ତି । ଶୁକ୍ରବାର ଚୂନ ଲେପନ ଆରମ୍ଭ ହୋଇଛି । ଶନିବାର ମକର ସଂକ୍ରାନ୍ତିରେ ଗେରୁରେ ରାମାନନ୍ଦୀ ଚିତା ଅଙ୍କନ ହେବ ।