ବିଦାୟ ନେଲେ ମା’ ଗଜଲକ୍ଷ୍ମୀ, ଶଙ୍ଖ ହୁଳହୁଳିରେ କମ୍ପିଲା ସହର: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୧୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଆନନ୍ଦଉଲ୍ଲାସର ସହ ଅନୁଷ୍ଟିତ ହୋଇଯାଇଛି। ଶଙ୍ଖ ହୁଳହୁଳିର ନାଦ ସହ ବାଜବାଜଣାର ବିରାଟ ପଟୁଆରରେ ସହରବାସୀ ଭକ୍ତିର ପୂର୍ବକ ମା’ଙ୍କୁ ମେଲାଣି ଦେଇଛନ୍ତି। ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ସହର ପ୍ରକମ୍ପିତ ହୋଇପଡିଥିବାବେଳେ ସହର ସାରା ଲୋକାରଣ୍ୟ ହୋଇପଡିଥିଲା। ରଥସାହିର ପୂଜା ମଣ୍ଡପରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଦୀର୍ଘ ଦଶ ଦିନ ଧରି ପୂଜା ପାଉଥିଲେ ମା’ ଗଜଲକ୍ଷ୍ମୀ ।

ଦୀର୍ଘ ୫୦ ବର୍ଷ ଧରି ଏହି ମଣ୍ଡପରେ ପ୍ରତିବର୍ଷ ଏପରି ମା’ ପୂଜା ପାଇ ଆସୁଛନ୍ତି। ଏଠାରେ ଭଷାଣୀବେଳେ ଏକ ନିଆରା ପରମ୍ପରା ରହିଛି। ଯାହାକି ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପରୁ ଉଠିବା ପରେ ପ୍ରଥମେ ସାହି ଆରମ୍ଭରେ ଏବଂ ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ସହ ଲକ୍ଷ୍ମୀ ନାରାୟଣଙ୍କ ଭେଟହେବା ପରେ ହିଁ ଭଷାଣୀ ଉସବକୁ ବାହାରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କ ଏହି ଭେଟ ସମୟରେ ହେଉଥିବା ମହାଆଳତିକୁ ଦେଖିବା ସହ ଆର୍ଶୀବାଦ ଭିକ୍ଷା ଲାଗି ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ଭିଡ଼ କମିଥିଲା। ଏହା ସହ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠି ସମ୍ପୂର୍ଣ୍ଣ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଥିଲା। ଶହଶହ ଭକ୍ତଙ୍କ ଗହଣରେ ମା’ ବିଦାୟ ନେଇଥିବାବେଳେ ପୁଣି ଆରବର୍ଷକୁ ମା’ଙ୍କ ଆସିବା ବାଟକୁ ଭକ୍ତ ମାନେ ଚାହିଁ ବସିଛନ୍ତି । ମା’ଙ୍କୁ ବିଦାୟ ଦେବାବେଳେ ସମସ୍ତଙ୍କ ଆଖି ଛଳଛଳ ହୋଇପଡିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri