ଚାନ୍ଦିରୁପାରେ ସଜେଇ ହେବେ ମା’ ଦୁର୍ଗା

ଡେରାବିଶ, ୧ା୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ତିଲଙ୍ଗଠାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ବହୁ ପ୍ରାଚୀନ। ଏହି ପୀଠ ଏଣ୍ଡର, ହଳଦିଆପାଟଣା, ଛଚିଣା, କୁଅଁରପୁର, ପଲେଇ ସାଥି ସମାଜ, ଜଗଦମ୍ବା ମଠ, ଖରିଦାସାହି, ଭୋଳହାଟ ଓ ତିଲଙ୍ଗ ପ୍ରସିଦ୍ଧି ଲାଭ କରିଛି। ମା’ ପିଙ୍ଗଳେଶ୍ୱରୀଙ୍କ ପୀଠରେ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଶନିବାରଠାରୁ ପୂଜା ଆରମ୍ଭ ହେବ। ଏଥିପାଇଁ ମୃଣ୍ମୟ ଦେବୀଙ୍କ ମୂର୍ତ୍ତିରେ ଶିଳ୍ପୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶନିବାର ଷଷ୍ଠୀ ତିଥିରେ ମା’ଙ୍କ ପୀଠରେ ବିଲ୍ବବରଣ, ରବିବାର ମହାସପ୍ତମୀ ପୂଜା, ସୋମବାର ମହାଷ୍ଟମୀ ଓ ସନ୍ଧିପୂଜା, ମଙ୍ଗଳବାର ମହାନବମୀ ପୂଜା ସହ ବୁଧବାର ବିଜୟା ଦଶମୀରେ ଶେଷ ହେବ ବୋଲି କମିଟିର ସଭାପତି ଅନନ୍ତ ଚରଣ ରାଉତ ସୂଚନା ଦେଇଛନ୍ତି। ତେବେ ଦୀର୍ଘବର୍ଷ ହେବ ମା’ଙ୍କ ମୁକୁଟ ସମେତ ଅଳଙ୍କାର ଚାନ୍ଦି ରୁପାରେ ନିର୍ମିତ ହୋଇଥିବାରୁ ପ୍ରତ୍ୟେହ ସନ୍ଧ୍ୟାରେ ମା’ଙ୍କର ଏହି ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ମହାଷ୍ଟମୀରେ ମା’ଙ୍କ ନିକଟରେ ମାଟି ନିର୍ମିତ ନୂଆ ହାଣ୍ଡିରେ ମାନସିିକଧାରୀ ଶ୍ରଦ୍ଧାଳୁଙ୍କ ପଣା ଭୋଗ ଏହି ପୀଠର ବିଶେଷତ୍ୱ। ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହେବା ସହ ବିଜୟା ଦଶମୀରେ ଘଟ ବିସର୍ଜନ ପରେ ବିଳମ୍ବିତ ରାତିରେ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କମିଟିର ସମ୍ପାଦକ ଖଗେଶ୍ୱର ନାୟକ ଓ ନରସିଂହପୁର ସରପଞ୍ଚ ସୁଧିର କୁମାର ଖଟୁଆ କହିଛନ୍ତି। ଗତ ଦୁଇବର୍ଷ ହେବ କରୋନା କଟକଣା ପାଇଁ ମା’ଙ୍କ ପୂଜା ଫିକା ପଡ଼ିଥିଲା। ଚଳିତ ବର୍ଷ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପରିଲକ୍ଷିତ କରି ଡେରାବିଶ ଥାନା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri