ମା’ଦୁର୍ଗା

ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟା ଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି। ତେବେ ସେ ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ। ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି କାହାଣୀ ।
ମହିଷାସୁର ଓ ଦେବୀ ଦୁର୍ଗା: ହିନ୍ଦୁ ପୁରାଣ ଅନୁଯାୟୀ ମହିଷାସୁର ନାମକ ରାକ୍ଷସ ନିଜର ତପସ୍ୟାରେ ଭଗବାନ୍‌ ଶିବଙ୍କୁ ସନ୍ତୁଷ୍ଟ କରି କୌଣସି ମଣିଷ ବା ଦେବତାଙ୍କ ଦ୍ୱାରା ହତ ନ ହେବାର ବର ପ୍ରାପ୍ତ ହେଲା। ଏହି ଅମୂଲ୍ୟ ବର ମିଳିବା ପରେ ସେ ଶକ୍ତିରେ ମତ ହୋଇ ନିଜକୁ ସର୍ବଶକ୍ତିମାନ୍‌ ମନେକଲା। ଏହାପରେ ସେ ତିନିଲୋକରେ ଆତଙ୍କର ବାତାବରଣ ସୃଷ୍ଟି କଲା। ପାତାଳ ଓ ପୃଥିବୀ ଉପରେ ବିଜୟ ଲାଭ କରିବା ପରେ ସେ ଇନ୍ଦ୍ରଲୋକ ଅଧିକାର କରିବା ପାଇଁ ବାହାରିଲା। ସ୍ବର୍ଗରୁ ସବୁ ଦେବତାଙ୍କୁ ବିତାଡ଼ିତ କରିଦେଲା। ଦେବତାମାନେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଶରଣ ପଶିଲେ। ସେମାନଙ୍କ ଗୁହାରି ଶୁଣି ବିଷ୍ଣୁ ଏବଂ ଶିବ ନିଜର ଶକ୍ତିକୁ ଏକାଠି କରି ଜଣେ ଶକ୍ତିଶାଳୀ ଦେବୀ ସୃଷ୍ଟି କଲେ। ତ୍ରିଦେବଙ୍କ ବ୍ୟତୀତ ଯମ, ଚନ୍ଦ୍ରମା, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଅନେକ ଦେବତା ନିଜର ଶକ୍ତି ଏବଂ ଅସ୍ତ୍ର ପ୍ରଦାନ କଲେ ଉକ୍ତ ଦେବୀଙ୍କୁ। ଦେବତାମାନଙ୍କ ଶକ୍ତିରୁ ସୃଷ୍ଟି ହୋଇଥିବାରୁ ତାଙ୍କ ନାମ ରଖାଗଲା ଶକ୍ତି ବା ଦୁର୍ଗା।

ଦୁର୍ଗାଙ୍କୁ ଦେଖିବା ପରେ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ମହିଷାସୁର ତାଙ୍କୁ ବିବାହ କରିବାକୁ ଚାହିଁଲା।
ଦୁର୍ଗା କହିଲେ, ମତେ ଯୁଦ୍ଧରେ ପରାସ୍ତ କଲେ ମୁଁ ବିବାହ କରିବି । ଯୁଦ୍ଧ ଆରମ୍ଭ ହେଲା ଏବଂ ୯ ଦିନ ଚାଲିଲା।
ଶେଷରେ ମହିଷାସୁର ପରାସ୍ତ ହେଲା। ଦୁର୍ଗା ନିଜ ବାମଗୋଡ଼ରେ ମହିଷାକୁ ମାଡ଼ିବସି ତ୍ରିଶୂଳରେ ତା’ ଛାତିକୁ ବିଦ୍ଧ କଲେ। ଏହି ୯ ଦିନର ଯୁଦ୍ଧ ନବରାତ୍ର ଭାବରେ ଖ୍ୟାତ। ଦଶମ ଦିନ ବିଜୟର ଖୁସିରେ ଦେବତାମାନେ ବିଜୟା ଦଶମୀ ମନାଇଲେ।

ଅମ୍ବିକା ଓ ଶୁମ୍ଭ-ନିଶୁମ୍ଭ: ଏହାପରେ ପୁଣିଥରେ ଶୁମ୍ଭ-ନିଶୁମ୍ଭ ନାମକ ଦୁଇଜଣ ରାକ୍ଷସ ପ୍ରବଳ ଶକ୍ତିଶାଳୀ ହୋଇ ଦେବତାମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କଲେ। ଦେବତାମାନେ ପୁଣିଥରେ ଦେବୀଙ୍କ ଶରଣାପନ୍ନ ହେଲେ। ଏଥର ଦେବୀ କୌଶିକା ଦୁର୍ଗା ବା ଅମ୍ବିକାଙ୍କ ରୂପ ନେଲେ ।
ଅମ୍ବିକାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ରାକ୍ଷସମାନେ ତାଙ୍କୁ ବିବାହ କରିବାକୁ ଚାହିଁଲେ। ଦେବୀ କହିଲେ, ଯିଏ ମୋତେ ଯୁଦ୍ଧରେ ପରାସ୍ତ କରିବ ମୁଁ ତାକୁ ବିବାହ କରିବି। ଦେବୀଙ୍କୁ ବିବାହ କରିବା ପାଇଁ ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ ଆଦି ରାକ୍ଷସମାନେ ତାଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ। ଶେଷରେ ଆସିଲେ ଶୁମ୍ଭ ଓ ନିଶୁମ୍ଭ। ଦେବୀ ସେମାନଙ୍କୁ ମଧ୍ୟ ହତ୍ୟା କଲେ । ଏହି ଦିନ ଥିଲା ବିଜୟା ଦଶମୀ ।

ଚାମୁଣ୍ଡା: ଦୁର୍ଗାଙ୍କ ମଥାରୁ ଭୟଙ୍କର ଏବଂ କୃଷ୍ଣବର୍ଣ୍ଣା ଦେବୀ କାଳୀ ସୃଷ୍ଟି ହେଲେ। ଚଣ୍ଡ ଓ ମୁଣ୍ଡଙ୍କ ଶିରଚ୍ଛେଦ କରିଥିବାରୁ ସେ ଚାମୁଣ୍ଡା ଭାବରେ ଖ୍ୟାତ ହେଲେ। କିନ୍ତୁ ଦେବୀ ଯେତେବେଳେ ରକ୍ତବୀର୍ଯ୍ୟ ସହ ଲଢ଼ିଲେ, ସେତେବେଳେ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଲା। କାରଣ ରକ୍ତବୀର୍ଯ୍ୟର ଶରୀରରୁ ବାହାରୁଥିବା ରକ୍ତବୁନ୍ଦା ଭୂମି ସ୍ପର୍ଶ କରିବା ମାତ୍ରେ ଆଉ ଏକ ରାକ୍ଷସ ସୃଷ୍ଟି ହେଉଥିଲା। ଏହିଠାରେ କାଳୀ ଦୁର୍ଗାଙ୍କୁ ସହଯୋଗ ଦେଇଥିଲେ ରକ୍ତବୀର୍ଯ୍ୟ ଦେହରୁ ବୋହୁଥିବା ସବୁ ରକ୍ତକୁ ଶୋଷିନେଇ। କାଳୀ ଝରୁଥିବା ରକ୍ତ ଶୋଷିନେବାରୁ ଆଉ ଏକ ରକ୍ତବୀର୍ଯ୍ୟ ସୃଷ୍ଟି ହୋଇପାରୁନଥିଲା । ଫଳରେ ଦୁର୍ଗା ରକ୍ତବୀର୍ଯ୍ୟକୁ ହତ୍ୟା କରିପାରିଲେ। ନିଶୁମ୍ଭକୁ ହତ୍ୟା କରିବା ପରେ ଦେବୀ ଅନ୍ୟର ସାହାଯ୍ୟ ନେଉଛନ୍ତି ବୋଲି ଶୁମ୍ଭ ଅଭିଯୋଗ କଲା। ଏହାପରେ ଦେବୀ ନିଜର ଶକ୍ତିମାନଙ୍କୁ ଏକାଠି କରି ନିଜ ଶହ ମିଶାଇ ଦେଲେ ଏବଂ ଯୁଦ୍ଧରେ ଶୁମ୍ଭକୁ ହତ୍ୟା କଲେ।

ପ୍ରତି ଯୁଗରେ ଦୁର୍ଗା: ହିନ୍ଦୁ ପୁରାଣ ଅନୁଯାୟୀ ପ୍ରତ୍ୟେକ ଯୁଗେ ର ଶକ୍ତି ଆରାଧନାର ପରମ୍ପରା ରହିଛି ।
ବିଭିନ୍ନ ଯୁଗରେ ଶକ୍ତି ଆରାଧନା ସମ୍ପର୍କରେ ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ହୋଇଛି। ଏହି ପୁରାଣ ଅନୁଯାୟୀ ସତ୍ୟଯୁଗରେ ରାଜା ସୁରଥ ନିଜର ଆଧ୍ୟାତ୍ମିକ ମାର୍ଗଦର୍ଶକ ମହର୍ଷି ମେଧାଙ୍କ ପରାମର୍ଶକ୍ରମେ ଦୁର୍ଗାଙ୍କୁ ତପସ୍ୟା କରି ନିଜର ହୃତ ସାମ୍ରାଜ୍ୟ ଫେରି ପାଇଥିଲେ। ତ୍ରେତୟା ଯୁଗରେ ଜନକନନ୍ଦିନୀ ସୀତା ରାମଚନ୍ଦ୍ରଙ୍କୁ ସ୍ବାମୀ ରୂପରେ ପାଇବା ପାଇଁ ଦେବୀ ବିରଜାଙ୍କୁ ପୂଜା କରିଥିଲେ। ଦ୍ୱାପର ଯୁଗରେ ଗୋପୀମାନେ କାତ୍ୟାୟନୀ ଦେବୀଙ୍କୁ ଆରାଧନା କରି ଭଗବାନ୍‌ କୃଷ୍ଣଙ୍କୁ ନିଜର ଆଧ୍ୟାତ୍ମିକ ପ୍ରେମିକ ଭାବରେ ପାଇଥିଲେ। ଦୁର୍ଗାଙ୍କ ଆଶୀର୍ବାଦରୁ ରୁକ୍ମିଣୀ ଭଗବାନ୍‌ କୃଷ୍ଣଙ୍କୁ ବିବାହ କଲେ ଏବଂ କୃଷ୍ଣ ଶିଶୁପାଳଙ୍କୁ ପରାସ୍ତ କଲେ। କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ପୂର୍ବରୁ କୃଷ୍ଣଙ୍କ ଉପଦେଶକ୍ରମେ ଅର୍ଜୁନ ଦେବୀ ଦୁର୍ଗାଙ୍କୁ ଆରାଧନା କରି ତାଙ୍କଠାରୁ କର୍ଣ୍ଣ ଉପରେ ବିଜୟର ବର ପ୍ରାପ୍ତ ହୋଇଥିଲେ। କଳିଯୁଗରେ ରାମକୃଷ୍ଣ ପରମହଂସ ଏବଂ ନିଗମାନନ୍ଦଙ୍କ ପରି ମହାନ୍‌ ସାଧକ ଏବଂ ଆଧ୍ୟାତ୍ମିକ ଗୁରୁମାନେ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିବାର ଜଣାଯାଇଛି।

ଦୁର୍ଗା ଓ କଂସ: ଯେତେବେଳେ କଂସର ବନ୍ଦିଶାଳାରେ କୃଷ୍ଣ ଜନ୍ମ ହେଲେ, ସେତେବେଳେ ନନ୍ଦପୁରରେ ଯଶୋଦାଙ୍କ କୋଳରେ ଦୁର୍ଗା କାତ୍ୟାୟନୀ ରୂପରେ ଜନ୍ମ ନେଲେ। ବସୁଦେବ ଶିଶୁ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଦେଇ କାତ୍ୟାୟନୀଙ୍କୁ ନେଇ ମଥୁରା ଫେରିଲେ। କଂସ ପାଖରେ ଦେବକୀଙ୍କ ସନ୍ତାନ ଜନ୍ମର ଖବର ପହଞ୍ଚତ୍ବା ମାତ୍ରେ ସେ ସେଠାରେ ପହଞ୍ଚତ୍ ଶିଶୁକନ୍ୟାକୁ ଶିଳାରେ ପିଟି ମାରିବାକୁ ଚେଷ୍ଟା କଲା। କିନ୍ତୁ କାତ୍ୟାୟନୀ ତଳେ ନ ପଡ଼ି ଉପରକୁ ଉଠିଗଲେ ଏବଂ କଂସକୁ ଜଣାଇଲେ ସେ ଦୁର୍ଗା। ଏଥିସହ କୃଷ୍ଣଙ୍କ ଦ୍ୱାରା ନିହତ ନ ହେବା ପାଇଁ ନିଜକୁ ବଦଳାଇବାକୁ ସେ କଂସକୁ ସତର୍କ କରିଦେଲେ।

ପାଣ୍ଡବ ଓ ସମୀବୃକ୍ଷ: ବାର ବର୍ଷର ବନବାସ ପରେ ଗୋଟିଏ ସମୀବୃକ୍ଷର କୋରଡ଼ରେ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ରଖି ବର୍ଷକର ଅଜ୍ଞାତବାସ ପାଇଁ ପାଣ୍ଡବମାନେ ବିରାଟ ରାଜାଙ୍କ ରାଜ୍ୟକୁ ପ୍ରବେଶ କଲେ। ଗୋଟିଏ ବର୍ଷ ଶେଷ ହେବା ପରେ ସେମାନେ ସମୀବୃକ୍ଷ କୋରଡ଼ରୁ ଅସ୍ତ୍ରଶସ୍ତ୍ର ବାହାର କରି ନିଜର ପ୍ରକୃତ ପରିଚୟ ଦେଲେ। ଏହି ଦିନ ଥିଲା ଦଶହରା। ସେବେଠାରୁ ଦଶହରା ଦିନରେ ଲୋକମାନେ ପରସ୍ପରକୁ ସମୀପତ୍ର ଦିଅନ୍ତି। ଏହା ଶୁଭେଚ୍ଛୁ ଓ ବିଜୟର ପ୍ରତୀକ ।
-ବାସନ୍ତୀ ଆଚାର୍ଯ୍ୟ
ଗାଡ଼କଣ, ଭୁବନେଶ୍ୱର,
ମୋ: ୯୪୩୭୩୯୦୫୬୫


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri