ମା’ଦୁର୍ଗା

ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟା ଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି। ତେବେ ସେ ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ। ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି କାହାଣୀ ।
ମହିଷାସୁର ଓ ଦେବୀ ଦୁର୍ଗା: ହିନ୍ଦୁ ପୁରାଣ ଅନୁଯାୟୀ ମହିଷାସୁର ନାମକ ରାକ୍ଷସ ନିଜର ତପସ୍ୟାରେ ଭଗବାନ୍‌ ଶିବଙ୍କୁ ସନ୍ତୁଷ୍ଟ କରି କୌଣସି ମଣିଷ ବା ଦେବତାଙ୍କ ଦ୍ୱାରା ହତ ନ ହେବାର ବର ପ୍ରାପ୍ତ ହେଲା। ଏହି ଅମୂଲ୍ୟ ବର ମିଳିବା ପରେ ସେ ଶକ୍ତିରେ ମତ ହୋଇ ନିଜକୁ ସର୍ବଶକ୍ତିମାନ୍‌ ମନେକଲା। ଏହାପରେ ସେ ତିନିଲୋକରେ ଆତଙ୍କର ବାତାବରଣ ସୃଷ୍ଟି କଲା। ପାତାଳ ଓ ପୃଥିବୀ ଉପରେ ବିଜୟ ଲାଭ କରିବା ପରେ ସେ ଇନ୍ଦ୍ରଲୋକ ଅଧିକାର କରିବା ପାଇଁ ବାହାରିଲା। ସ୍ବର୍ଗରୁ ସବୁ ଦେବତାଙ୍କୁ ବିତାଡ଼ିତ କରିଦେଲା। ଦେବତାମାନେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଶରଣ ପଶିଲେ। ସେମାନଙ୍କ ଗୁହାରି ଶୁଣି ବିଷ୍ଣୁ ଏବଂ ଶିବ ନିଜର ଶକ୍ତିକୁ ଏକାଠି କରି ଜଣେ ଶକ୍ତିଶାଳୀ ଦେବୀ ସୃଷ୍ଟି କଲେ। ତ୍ରିଦେବଙ୍କ ବ୍ୟତୀତ ଯମ, ଚନ୍ଦ୍ରମା, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଅନେକ ଦେବତା ନିଜର ଶକ୍ତି ଏବଂ ଅସ୍ତ୍ର ପ୍ରଦାନ କଲେ ଉକ୍ତ ଦେବୀଙ୍କୁ। ଦେବତାମାନଙ୍କ ଶକ୍ତିରୁ ସୃଷ୍ଟି ହୋଇଥିବାରୁ ତାଙ୍କ ନାମ ରଖାଗଲା ଶକ୍ତି ବା ଦୁର୍ଗା।

ଦୁର୍ଗାଙ୍କୁ ଦେଖିବା ପରେ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ମହିଷାସୁର ତାଙ୍କୁ ବିବାହ କରିବାକୁ ଚାହିଁଲା।
ଦୁର୍ଗା କହିଲେ, ମତେ ଯୁଦ୍ଧରେ ପରାସ୍ତ କଲେ ମୁଁ ବିବାହ କରିବି । ଯୁଦ୍ଧ ଆରମ୍ଭ ହେଲା ଏବଂ ୯ ଦିନ ଚାଲିଲା।
ଶେଷରେ ମହିଷାସୁର ପରାସ୍ତ ହେଲା। ଦୁର୍ଗା ନିଜ ବାମଗୋଡ଼ରେ ମହିଷାକୁ ମାଡ଼ିବସି ତ୍ରିଶୂଳରେ ତା’ ଛାତିକୁ ବିଦ୍ଧ କଲେ। ଏହି ୯ ଦିନର ଯୁଦ୍ଧ ନବରାତ୍ର ଭାବରେ ଖ୍ୟାତ। ଦଶମ ଦିନ ବିଜୟର ଖୁସିରେ ଦେବତାମାନେ ବିଜୟା ଦଶମୀ ମନାଇଲେ।

ଅମ୍ବିକା ଓ ଶୁମ୍ଭ-ନିଶୁମ୍ଭ: ଏହାପରେ ପୁଣିଥରେ ଶୁମ୍ଭ-ନିଶୁମ୍ଭ ନାମକ ଦୁଇଜଣ ରାକ୍ଷସ ପ୍ରବଳ ଶକ୍ତିଶାଳୀ ହୋଇ ଦେବତାମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କଲେ। ଦେବତାମାନେ ପୁଣିଥରେ ଦେବୀଙ୍କ ଶରଣାପନ୍ନ ହେଲେ। ଏଥର ଦେବୀ କୌଶିକା ଦୁର୍ଗା ବା ଅମ୍ବିକାଙ୍କ ରୂପ ନେଲେ ।
ଅମ୍ବିକାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ରାକ୍ଷସମାନେ ତାଙ୍କୁ ବିବାହ କରିବାକୁ ଚାହିଁଲେ। ଦେବୀ କହିଲେ, ଯିଏ ମୋତେ ଯୁଦ୍ଧରେ ପରାସ୍ତ କରିବ ମୁଁ ତାକୁ ବିବାହ କରିବି। ଦେବୀଙ୍କୁ ବିବାହ କରିବା ପାଇଁ ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ ଆଦି ରାକ୍ଷସମାନେ ତାଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ। ଶେଷରେ ଆସିଲେ ଶୁମ୍ଭ ଓ ନିଶୁମ୍ଭ। ଦେବୀ ସେମାନଙ୍କୁ ମଧ୍ୟ ହତ୍ୟା କଲେ । ଏହି ଦିନ ଥିଲା ବିଜୟା ଦଶମୀ ।

ଚାମୁଣ୍ଡା: ଦୁର୍ଗାଙ୍କ ମଥାରୁ ଭୟଙ୍କର ଏବଂ କୃଷ୍ଣବର୍ଣ୍ଣା ଦେବୀ କାଳୀ ସୃଷ୍ଟି ହେଲେ। ଚଣ୍ଡ ଓ ମୁଣ୍ଡଙ୍କ ଶିରଚ୍ଛେଦ କରିଥିବାରୁ ସେ ଚାମୁଣ୍ଡା ଭାବରେ ଖ୍ୟାତ ହେଲେ। କିନ୍ତୁ ଦେବୀ ଯେତେବେଳେ ରକ୍ତବୀର୍ଯ୍ୟ ସହ ଲଢ଼ିଲେ, ସେତେବେଳେ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଲା। କାରଣ ରକ୍ତବୀର୍ଯ୍ୟର ଶରୀରରୁ ବାହାରୁଥିବା ରକ୍ତବୁନ୍ଦା ଭୂମି ସ୍ପର୍ଶ କରିବା ମାତ୍ରେ ଆଉ ଏକ ରାକ୍ଷସ ସୃଷ୍ଟି ହେଉଥିଲା। ଏହିଠାରେ କାଳୀ ଦୁର୍ଗାଙ୍କୁ ସହଯୋଗ ଦେଇଥିଲେ ରକ୍ତବୀର୍ଯ୍ୟ ଦେହରୁ ବୋହୁଥିବା ସବୁ ରକ୍ତକୁ ଶୋଷିନେଇ। କାଳୀ ଝରୁଥିବା ରକ୍ତ ଶୋଷିନେବାରୁ ଆଉ ଏକ ରକ୍ତବୀର୍ଯ୍ୟ ସୃଷ୍ଟି ହୋଇପାରୁନଥିଲା । ଫଳରେ ଦୁର୍ଗା ରକ୍ତବୀର୍ଯ୍ୟକୁ ହତ୍ୟା କରିପାରିଲେ। ନିଶୁମ୍ଭକୁ ହତ୍ୟା କରିବା ପରେ ଦେବୀ ଅନ୍ୟର ସାହାଯ୍ୟ ନେଉଛନ୍ତି ବୋଲି ଶୁମ୍ଭ ଅଭିଯୋଗ କଲା। ଏହାପରେ ଦେବୀ ନିଜର ଶକ୍ତିମାନଙ୍କୁ ଏକାଠି କରି ନିଜ ଶହ ମିଶାଇ ଦେଲେ ଏବଂ ଯୁଦ୍ଧରେ ଶୁମ୍ଭକୁ ହତ୍ୟା କଲେ।

ପ୍ରତି ଯୁଗରେ ଦୁର୍ଗା: ହିନ୍ଦୁ ପୁରାଣ ଅନୁଯାୟୀ ପ୍ରତ୍ୟେକ ଯୁଗେ ର ଶକ୍ତି ଆରାଧନାର ପରମ୍ପରା ରହିଛି ।
ବିଭିନ୍ନ ଯୁଗରେ ଶକ୍ତି ଆରାଧନା ସମ୍ପର୍କରେ ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ହୋଇଛି। ଏହି ପୁରାଣ ଅନୁଯାୟୀ ସତ୍ୟଯୁଗରେ ରାଜା ସୁରଥ ନିଜର ଆଧ୍ୟାତ୍ମିକ ମାର୍ଗଦର୍ଶକ ମହର୍ଷି ମେଧାଙ୍କ ପରାମର୍ଶକ୍ରମେ ଦୁର୍ଗାଙ୍କୁ ତପସ୍ୟା କରି ନିଜର ହୃତ ସାମ୍ରାଜ୍ୟ ଫେରି ପାଇଥିଲେ। ତ୍ରେତୟା ଯୁଗରେ ଜନକନନ୍ଦିନୀ ସୀତା ରାମଚନ୍ଦ୍ରଙ୍କୁ ସ୍ବାମୀ ରୂପରେ ପାଇବା ପାଇଁ ଦେବୀ ବିରଜାଙ୍କୁ ପୂଜା କରିଥିଲେ। ଦ୍ୱାପର ଯୁଗରେ ଗୋପୀମାନେ କାତ୍ୟାୟନୀ ଦେବୀଙ୍କୁ ଆରାଧନା କରି ଭଗବାନ୍‌ କୃଷ୍ଣଙ୍କୁ ନିଜର ଆଧ୍ୟାତ୍ମିକ ପ୍ରେମିକ ଭାବରେ ପାଇଥିଲେ। ଦୁର୍ଗାଙ୍କ ଆଶୀର୍ବାଦରୁ ରୁକ୍ମିଣୀ ଭଗବାନ୍‌ କୃଷ୍ଣଙ୍କୁ ବିବାହ କଲେ ଏବଂ କୃଷ୍ଣ ଶିଶୁପାଳଙ୍କୁ ପରାସ୍ତ କଲେ। କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ପୂର୍ବରୁ କୃଷ୍ଣଙ୍କ ଉପଦେଶକ୍ରମେ ଅର୍ଜୁନ ଦେବୀ ଦୁର୍ଗାଙ୍କୁ ଆରାଧନା କରି ତାଙ୍କଠାରୁ କର୍ଣ୍ଣ ଉପରେ ବିଜୟର ବର ପ୍ରାପ୍ତ ହୋଇଥିଲେ। କଳିଯୁଗରେ ରାମକୃଷ୍ଣ ପରମହଂସ ଏବଂ ନିଗମାନନ୍ଦଙ୍କ ପରି ମହାନ୍‌ ସାଧକ ଏବଂ ଆଧ୍ୟାତ୍ମିକ ଗୁରୁମାନେ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିବାର ଜଣାଯାଇଛି।

ଦୁର୍ଗା ଓ କଂସ: ଯେତେବେଳେ କଂସର ବନ୍ଦିଶାଳାରେ କୃଷ୍ଣ ଜନ୍ମ ହେଲେ, ସେତେବେଳେ ନନ୍ଦପୁରରେ ଯଶୋଦାଙ୍କ କୋଳରେ ଦୁର୍ଗା କାତ୍ୟାୟନୀ ରୂପରେ ଜନ୍ମ ନେଲେ। ବସୁଦେବ ଶିଶୁ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଦେଇ କାତ୍ୟାୟନୀଙ୍କୁ ନେଇ ମଥୁରା ଫେରିଲେ। କଂସ ପାଖରେ ଦେବକୀଙ୍କ ସନ୍ତାନ ଜନ୍ମର ଖବର ପହଞ୍ଚତ୍ବା ମାତ୍ରେ ସେ ସେଠାରେ ପହଞ୍ଚତ୍ ଶିଶୁକନ୍ୟାକୁ ଶିଳାରେ ପିଟି ମାରିବାକୁ ଚେଷ୍ଟା କଲା। କିନ୍ତୁ କାତ୍ୟାୟନୀ ତଳେ ନ ପଡ଼ି ଉପରକୁ ଉଠିଗଲେ ଏବଂ କଂସକୁ ଜଣାଇଲେ ସେ ଦୁର୍ଗା। ଏଥିସହ କୃଷ୍ଣଙ୍କ ଦ୍ୱାରା ନିହତ ନ ହେବା ପାଇଁ ନିଜକୁ ବଦଳାଇବାକୁ ସେ କଂସକୁ ସତର୍କ କରିଦେଲେ।

ପାଣ୍ଡବ ଓ ସମୀବୃକ୍ଷ: ବାର ବର୍ଷର ବନବାସ ପରେ ଗୋଟିଏ ସମୀବୃକ୍ଷର କୋରଡ଼ରେ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ରଖି ବର୍ଷକର ଅଜ୍ଞାତବାସ ପାଇଁ ପାଣ୍ଡବମାନେ ବିରାଟ ରାଜାଙ୍କ ରାଜ୍ୟକୁ ପ୍ରବେଶ କଲେ। ଗୋଟିଏ ବର୍ଷ ଶେଷ ହେବା ପରେ ସେମାନେ ସମୀବୃକ୍ଷ କୋରଡ଼ରୁ ଅସ୍ତ୍ରଶସ୍ତ୍ର ବାହାର କରି ନିଜର ପ୍ରକୃତ ପରିଚୟ ଦେଲେ। ଏହି ଦିନ ଥିଲା ଦଶହରା। ସେବେଠାରୁ ଦଶହରା ଦିନରେ ଲୋକମାନେ ପରସ୍ପରକୁ ସମୀପତ୍ର ଦିଅନ୍ତି। ଏହା ଶୁଭେଚ୍ଛୁ ଓ ବିଜୟର ପ୍ରତୀକ ।
-ବାସନ୍ତୀ ଆଚାର୍ଯ୍ୟ
ଗାଡ଼କଣ, ଭୁବନେଶ୍ୱର,
ମୋ: ୯୪୩୭୩୯୦୫୬୫


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri