ବିଦାୟ ନେଲେ ଜଗଜ୍ଜନନୀ

ଅନୁଗୋଳ ଅଫିସ/ ବଇଣ୍ଡା/ ବଅଁରପାଳ/ କଣିହାଁ / ଛେଣ୍ଡିପଦା, ୭।୧୦(ଡି.ଏନ.ଏ): ଅନୁଗୋଳ ସହରରେ ଧୁମ୍‌ଧାମରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି। ସକାଳୁ ବିଳମ୍ବିତ ରାତି ଯାଏ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟିକୁ ଭିନ୍ନ ଭିନ୍ନ ସମୟ ଦିଆଯାଇଥିବାରୁ ସେହି ଅନୁଯାୟୀ କମିଟି ପକ୍ଷରୁ ମେଢ଼କୁ ସହର ପରିକ୍ରମା କରାଯାଇଥିଲା। ବିଶେଷକରି ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ହୁଲୁରୁସିଂହା, ବସଷ୍ଟାଣ୍ଡ, ଦଶହରାପଡ଼ିଆ ଓ ରାଣିଗୁଡ଼ା ମେଢ଼ ଶୋଭାଯାତ୍ରା ବେଶ୍‌ ଆକର୍ଷଣୀୟ ହୋଇଥିଲା। ବିଭିନ୍ନ ବାଦ୍ୟ, ଲୋକ ନୃତ୍ୟ ଦଳଙ୍କୁ ଏଥିରେ ସାମିଲ କରାଯାଇଥିଲା। ଶୋଭାଯାତ୍ରା ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଝିପି ଝିପି ବର୍ଷା ସତ୍ତ୍ୱେ ଭସାଣି ଶୋଭାଯାତ୍ରା ଦେଖିବାକୁ ସହରରେ ପ୍ରବଳ ଜନ ସମାଗମ ହୋଇଥିଲା। ସହର ପରିକ୍ରମା ପରେ ମେଢ଼ ଗୁଡ଼ିକୁ ଜଳାଶୟରେ ବିର୍ସଜନ କରାଯାଇଥିଲା।
ସେହିପରି କିଶୋରନଗର ବ୍ଲକ ବଇଣ୍ଡାରେ ଭସାଣି ଉତ୍ସବ ପାଳିତ ହୋଇଯାଇଛି। ମା’ଙ୍କୁ ବାଜା, ବାଣ ଆଦି ବିରାଟ ପଟୁଆରେ ବଇଣ୍ଡା ଓ ଆଖପାଖ ଗ୍ରାମ ପରିକ୍ରମା କରାଯାଇ ଚନ୍ଦନ ପୋଖରୀରେ ବିସର୍ଜନ କରାଯାଇଥିଲା। କମିଟିର ଗିରିଶ ଚନ୍ଦ୍ର ବେହେରା, ଶଙ୍କର ଦାସ, ପ୍ରଦୀପ ପ୍ରଧାନ, ବିକାଶ ସାହୁ, ଲମ୍ବୋଦର ପାତ୍ରଙ୍କ ସମେତ ପୂଜା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ବଇଣ୍ଡା ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ସେହିପରି ନାଲ୍‌କୋ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଭସାଣି ଉତ୍ସବ ପାଳିତ ହୋଇଥିଲା। ଘଣ୍ଟବାଦ୍ୟ, ଲଉଡି ଖେଳ ସହ ବିଭିନ୍ନ ବାଦ୍ୟ ବାଜଣାରେ ନାଲ୍‌କୋନଗର ପ୍ରକମ୍ପିତ ହୋଇଥିଲା। ବାଦ୍ୟନୃତ୍ୟ ସହକାରେ ଠାକୁରାଣୀଙ୍କୁ ନାଲ୍‌କୋନଗର ପରିକ୍ରମା କରାଯାଇ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା। ସଭାପତି ବି.ଆର୍‌. ପଟ୍ଟନାୟକ, ସମ୍ପାଦକ ମନୋଜ ସ୍ବାଇଁ, କିଶୋର ମିଶ୍ର, ଯତୀନ ମିଶ୍ର, ସୁବାସ ଗଡନାୟକ, ନଟବର ମହାନ୍ତି, ହରେକୃଷ୍ଣ ନାଥ, ପ୍ରଶାନ୍ତ ସାମଲ, ସ୍ବରୂପ ଗଡନାୟକ, ଲିଟୁ ସିଂ, ଅଶୋକ ଦେହୁରୀ, ଲଲାଟେନ୍ଦୁ ମହାପାତ୍ର, ଚିତ୍ତ ମୁଦୁଲି ପ୍ରମୁଖ ଭସାଣି କାର୍ଯ୍ୟ ପରିଚାଳନା କରିଥିଲେ। କଣିହାଁ ବ୍ଲକ ଅଞ୍ଚଳର କୁଲେଇ, ଡଙ୍ଗରବେଡା, ସାନକାକୁଡିଆ, ଜମାନିଆ, ବଇଣ୍ଡା, ଭୂଇଁପୁର, ରେଙ୍ଗାଳି, ବଜ୍ରକୋଟ ଆଦି ଗ୍ରାମରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ଡେରେଙ୍ଗ ଗ୍ରାମରେ ଭସାଣି ଉତ୍ସବ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବର୍ଷା ସତ୍ତ୍ୱେ ପାଇକ ଆଖଡ଼ା ଦଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହୋଇଥିଲା। ଶନିବାର ପର୍ଯ୍ୟନ୍ତ ନାଟକ ପରିବେଷଣ ହେବ। ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମ୍ୟ ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟି ପକ୍ଷରୁ ହାଟପଦାଠାରେ ଗୁରୁବାର ରାବଣପୋଡି ଓ ଆଜ୍ଞାଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ରସାନନ୍ଦ ସାହୁ, ଭୋଳେଶ୍ୱର ପ୍ରଧାନ, ଜିଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ଜରପଡା ସରପଞ୍ଚ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଆଜ୍ଞାଲଡୁକୁ ଜେରେଙ୍ଗ ଦେହୁରୀସାହି ଗ୍ରାମର ସିପୁନ ଦେହୁରୀ ୩୧ ହଜାର ୩ ଶହ ୧ ଟଙ୍କାରେ ନିଲାମ ନେଇଥିଲେ। ପରେ ବିରାଟ ପଟୁଆରରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଇ ବାଉରୀ ନଦୀରେ ବିସର୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri