ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ ଜଗତ୍‌ଜନନୀଙ୍କୁ ଭକ୍ତିପୂତ ବିଦାୟ ଦେଇଛନ୍ତି। କରୋନା ମହାମାରୀ ପାଇଁ ୨ବର୍ଷ ପରେ ଚଳିତବର୍ଷ ବହୁ ଉତ୍ସାହ ଓ ଆନନ୍ଦର ସହ ଶାରଦୀୟ ଦୁର୍ଗାପୂଜା ବେଶ୍‌ ଧୁମଧାମ୍‌ରେ ପାଳିତ ହୋଇଥିଲା। ମା’ଙ୍କ ସୁନ୍ଦର ମୂର୍ତ୍ତି ସହ ଆକର୍ଷଣୀୟ ତୋରଣ, ସାଜସଜ୍ଜା ଭକ୍ତଙ୍କୁ ମଣ୍ଡପ ପାଖକୁ ଟାଣି ଆଣିଥିଲା। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବଡ଼ ଜାକଜମକରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ବର୍ଷା ଲାଗି ରହିବା ସତ୍ତ୍ୱେ ଗୁରୁବାର ମା’ଙ୍କୁ ପାରମ୍ପରିକ ବାଜା ଓ ନାଚଗୀତ ମଧ୍ୟରେ ବିଦାୟ ଦିଆଯାଇଥିଲା। ଏଥିସହ ଡିଜେ ଶବ୍ଦରେ ଦୁଲୁକି ଉଠିଥିଲା ସହର ଓ ନଦୀକୂଳ। ଏଥିପାଇଁ ଭୁବନେଶ୍ୱର ଦୁର୍ଗାପୂଜା ସମିତି, ଉତ୍ତର ଭୁବନେଶ୍ୱର ଭସାଣି ସମିତି ଏବଂ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ପକ୍ଷରୁ ଭସାଣି ଉତ୍ସବ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ନିଜ ଅଞ୍ଚଳର ମେଢ଼ସବୁ ଏକାଠି ହେବା ପରେ ଭସାଣି ଶୋଭାଯାତ୍ରା ବାହାରିଥିଲା। ବର୍ଷା ଆରମ୍ଭ ହେବା କ୍ଷଣି ମୃଣ୍ମୟୀ ମୂର୍ତ୍ତିକୁ ପାଲରେ ଘୋଡ଼ାଇ ଦିଆଯାଉଥିଲା। ସକାଳ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ତିଆରି ହୋଇଥିବା ୪ ଅସ୍ଥାୟୀ ପୋଖରୀରେ ପ୍ରାୟ ୧୭୮ ମେଢ଼ ବିସର୍ଜନ କରାଯାଇଥିବା ସୂଚନା ମିଳିଛି।

 

ଉତ୍ତର ଭସାଣିରେ ୨୧ମେଢ଼
ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଉତ୍ତର ନିର୍ବାଚନମଣ୍ଡଳୀର ପ୍ରାୟ ୨୧ଟି ମେଢ଼ ଚନ୍ଦ୍ରଶେଖରପୁର କ୍ଲବ୍‌ ଟାଉନ୍‌ ପଡ଼ିଆରେ ଏକତ୍ର ହୋଇଥିଲେ। ହାଉସିଂବୋର୍ଡ କଲୋନୀ, ଗାଡ଼କଣ, ଗଣ୍ଡରପୁର, ଡମଣା, କଳାରାହାଙ୍ଗ, ଶୈଳଶ୍ରୀ ବିହାର ଫେଜ-୬, ନନ୍ଦନ ବିହାର, ଡିଷ୍ଟ୍ରିକ୍‌ ସେଣ୍ଟର ଓନର୍ସ ଆସୋସିଏଶନ୍‌, ଜାଭିୟର ଛକ, ଶିଖରଚଣ୍ଡୀ ନଗର, ଟାଙ୍ଗିବନ୍ତ, ନୀଳାଦ୍ରି ବିହାର ଆବାସିକ ଛକ, ନୀଳମାଧବ ନଗର, ଳୁମ୍ବିନୀ ବିହାର, ଇଞ୍ଜଣା, ଡିଷ୍ଟ୍ରିକ୍‌ ସେଣ୍ଟର, ମଞ୍ଚେଶ୍ୱର ରେଲ କଲୋନୀ, ବିଡିଏ କଲୋନୀ, ପ୍ରଶାନ୍ତି ବିହାର, କୈବଲ୍ୟ ନଗର ପ୍ରମୁଖ ମେଢ଼ ଏକାଠି ହେବା ପରେ ହଜାର ହଜାର ଭକ୍ତଙ୍କ ଗହଣରେ କୁଆଖାଇ କୂଳ ଅସ୍ଥାୟୀ ପୁଷ୍କରିଣୀ ନିକଟକୁ ନିଆଯାଇ ବିସର୍ଜନ କରାଯାଇଥିଲା।

ନୂଆପଲ୍ଲୀରୁ ବାହାରିଲା ୧୯ ମେଢ଼
ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ତଥା ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ଏଠାରେ ଡୁମୁଡୁମା, ଶିରିପୁର, ଗଙ୍ଗନଗର, କଳାରାହାଙ୍ଗ, ଶ୍ୟାମପୁର, ପାତ୍ରପଡ଼ା ଭଗବାନପୁର, ରାଜକ୍ଲବ, ପୋଖରୀପୁଟ, ହରପାର୍ବତୀ, ମା’ ଝାଡ଼େଶ୍ୱରୀ, ଆଇଗିଣିଆ ଦଧିବାମନ, ଜୟଦେବ ବିହାର, ମହାବୀର, ଗଣ୍ଡମୁଣ୍ଡା, ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ମେଢ଼ ଏକାଠି ହୋଇ କୁଆଖାଇ ଅସ୍ଥାୟୀ ପୁଷ୍କରିଣୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ମା’ଙ୍କୁ ମେଲାଣି ଦେଇଥିଲେ ଭକ୍ତ। ସୁରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri