ମା’ ଭଣ୍ତାର ଘରିଆଣୀଙ୍କ ଦୁର୍ଗା ପୂଜା ମହାସମାରୋହରେ ସମ୍ପନ୍ନ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପବିତ୍ର ବିଜୟା ଦଶମୀ ଅବସରରେ ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପରିସରସ୍ଥିତ ମାଁ ଭଣ୍ଡାର ଘରଣୀଙ୍କୁ ପୀଠଠାରେ ମାଁ ଭଣ୍ତାର ଘରିଆଣୀ ଦେବୀ ଏବଂ ମାଁ ଦଶଭୁଜା ମହାମାଇ ଦୁର୍ଗା ଦେବୀଙ୍କ ପୂଜା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି l ଲଗ୍ନ ନୁସାରେ ଶୁଭ ବେଳା ସମୟରେ ମାଁ ଭଣ୍ତାର ଘରିଆଣୀଙ୍କର ନୀତିକ୍ରାନ୍ତି ଆରମ୍ଭ ଓ ଶୁଦ୍ଧ ଜଳ ସ୍ନାନାଦି ଓ ବସ୍ତ୍ର ପରିଧାନ ଓ ରୀତିନୀତି ପୂଜାର୍ଚ୍ଚନା ହେବା ପରେପରେ ଘଣ୍ଟଘଣ୍ଟା ବାଜା ସହକାରେ ଥାନା ଅଧିକାରୀ କୈବଲ୍ୟ ସେଠଙ୍କୁ ବରଣ କରାଯାଇ ନିକଟସ୍ଥ ପୋଖରୀକୁ ଯାଇ ମାତା ଗଙ୍ଗାଙ୍କର ପୂଜାର୍ଚ୍ଚନା ଅସ୍ତ୍ର ଧୌତ କଳସରେ ଜଳ ଭତ୍ତି ଭଳି କାର୍ଯ୍ୟ ସାରି ଥାନା ଅଭିମୁଖେ ଯାଇ ଥାନାରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇ ମା’ଙ୍କ ପାଖରେ କଳସ ସ୍ଥାପନ କରିଥିଲେ।

ପରେ ମା’ ଭଣ୍ତାରଘରିଆଣୀ ଓ ଦୁର୍ଗାଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ କାର୍ଯ୍ୟ ସହ ମହାସମାରୋହରେ ସମ୍ପନ୍ନ ହୋଇଥିଲା ମା’ଙ୍କ ଏହି ପୂଜା କାର୍ଯ୍ୟ । ଏଥିରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମେତ ଅନେକ ମାନସିକଧାରୀଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ମା’ଙ୍କ ପୂଜା କାର୍‌ୟଯରେ ଥାନା ଅଧିକାରୀ କୈବଲ୍ୟ ସେଠ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ଶରତ ଚନ୍ଦ୍ର ପୁରୋହିତ ଓ ମଧୁସୁଦନ ପଣ୍ତା ପୂଜକ ଭାବେ ପୂଜାର୍ଚ୍ଚନା କରିଥିଲେ।
ମା’ଙ୍କ ପୂଜାର୍ଚ୍ଚନା କାର୍ଯ୍ୟରେ ଏସ.ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ଏଆଇ ସନ୍ତୋଷ କୁମାର ସେଠି, କନଷ୍ଟେବଳ ଶିବ ଶଙ୍କର ମାଝୀ, ପ୍ରତାପ ମାଝୀ, ଦାମୋଦର ଶବରଙ୍କ ସମେତ ୍ଯଯଯ୍ଯଯଯ ପୋଲସି କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଆଇଆରବି, ହୋମଗାର୍ଡ, ଗ୍ରାମରଖି ଓ ଅନ୍ୟାନ୍ୟଯ କର୍ମଚାରୀ ସହଯୋଗ କରିଥିଲେ। ଠିକ ସେଭଳି କର୍ଲାପାଟ ଥାନା ଏବଂ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ରୀତି ନୀତି ସହ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ମନ୍ଦିର ପୂଜାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଶାନ୍ତି କମିଟି ବୈଠକ ବିଫଳ, ୭୫ ଜଣଙ୍କ ନାମରେ ମାମଲା ରୁଜୁ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ପେଟାପଦର ଗ୍ରାମରେ ଗ୍ରାମଦେବତୀଙ୍କ ପୂଜାକୁ ନେଇ ଦୀର୍ଘ ବର୍ଷର ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri