ମା’ ଚଣ୍ଡୀଙ୍କ ପାଖରେ ପଡିଲା ପୋଢ଼ ବଳି

ତୁଣ୍ଡଲା,୨୨।୧୦(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସର୍ବପୁରାତନ ଶୈବପୀଠ ବେଲଖଣ୍ଡି ମା’ ଚଣ୍ଡୀଙ୍କଠାରେ ବୋଦା, ଗଡ଼ରା ଓ ପୋଢ଼ ବଳି ପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷରେ ମହାଶିବରାତ୍ରି ସମୟରେ ମାନସିକ ଧାରୀମାନେ ଯେମିତି ଶହ ଶହ ସଂଖ୍ୟାରେ ବୋଦା ଓ ଗଡ଼ରାମାନଙ୍କୁ ଆଣି ମା’ଙ୍କ ଠାରେ ବଳି ଦେଇଥାନ୍ତି। ସେହିଭଳି ଆଶ୍ୱିନ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମଧ୍ୟ ମାନସିକ ଧାରୀମାନେ ବୋଦା, ଗଡ଼ରା ଓ ପୋଢ଼ ବଳି ଦେଇଥାନ୍ତି। ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲେ ତାହା ପୂର୍ଣ୍ଣହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ତେବେ ପ୍ରାଚୀନ କାଳରେ ଅଞ୍ଚଳରେ କନ୍ଧମାନେ ବାସ କରିଆସୁଥିଲେ। ଏବଂ ସପ୍ତମାତୃକା ପୂଜା କରୁଥିଲେ। ଏହି ମନ୍ଦିର ତେଲ ଓ ଉତେଇ ନଦୀର ସଙ୍ଗମ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଦୁଇଟି ଶିବ ମନ୍ଦିର ଥିବାରୁ ଏଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ। ତେବେ ଏଠାରେ ବଳି ପ୍ରଥା ଶତାଧିକ ବର୍ଷ ଧରି ଚାଲିଆସିଛି ଏବଂ ଭକ୍ତମାନେ ସ୍ବଇଚ୍ଛାରେ ବୋଦା ଓ ପୋଢ଼ ବଳି ଦେଇଥାନ୍ତି ବୋଲି କମିଟି ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଯିବେ ଦୟା ନାରା ଲଗାଯାଉଥିବା ବେଳେ ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ। ସାଧାରଣ ଲୋକଙ୍କୁ ସଚେତନ କରାଇବାରେ ବିଫଳ ହୋଇଛି ଜିଲା ପ୍ରଶାସନ ଏବଂ ଆଦିବାସୀଙ୍କ ବିଶ୍ୱାସ ଓ ପରମ୍ପରା ଆଗରେ ବଳି ପଡିଛନ୍ତି ନିରୀହ ପଶୁ। ଆଜି ଏଠାରେ ବୋଦା, ଗଡ଼ରା ବଳି ଦେବ ସହିତ ୩ଟି ପୋଢ଼ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି।