ମା’ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା ସୋମବାର ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ପ୍ରାତଃ ୬ ଟା ୪୭ରୁ କେତୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ ନିମନ୍ତେ ଦେବନୀତି ନିଷେଧ ଥିବାରୁ ଯାତ୍ରାର ଦିନକ ପୂର୍ବରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଳକ ବଡଡୁମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଅଧିଷ୍ଠାତ୍ରୀ ଦେବୀ ମା’ ବାଙ୍କେଶ୍ବରୀଙ୍କ ଏହି ଯାତ୍ରା ପ୍ରତିବର୍ଷ ଭଳି ଚଳିତବର୍ଷ ଫାଲଗୁନ ପୂର୍ଣ୍ଣମୀ ତିଥିର ପୂର୍ବଦିନ ଅର୍ଥାତ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀର ମଧ୍ୟରାତ୍ରରୁ ରାଜାଗ୍ନି ପୂଜା ମାଧ୍ୟମରେ ଆରମ୍ଭ ହୋଇଛି। ମନ୍ଦିର ନିକଟରେ ଥିବା ବାଙ୍କେଶ୍ୱରୀ ବାଉଁଶ କୁଦରେ ପ୍ରଥମେ ଗୁଆ, ଅରୁଆ ଚାଉଳ, ଫଗୁ, ସିନ୍ଦୂର ଲଗାଇ ଫୁଲମଣ୍ଡାକୁ ପୂଜା କରାଯାଇ ମା’ଙ୍କୁ ଆବାହନ କରାଯାଇଥିଲା। ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା’ଙ୍କୁ ସେବା ପୂଜା ମଣୋହି କରାଯିବା ପରେ ମା’ଙ୍କ ମୁଖ୍ୟ ସେବାୟତ (ଦୁବ ଘାସ) ଏକ ପ୍ରକାର ଜଙ୍ଗଲଜାତ ଘାସ ସହ କଞ୍ଚା କାଠକୁ ବାରମ୍ବାର ଘସି ସେଥିରୁ ଅଗ୍ନି ଉତ୍ପନ୍ନ କରାଇ ସେଠାରେ ପୂର୍ବରୁ ରଖା ଯାଇଥିବା କାଠ ଗଦାରେ ଅଗ୍ନି ସଂଯୋଗ କରିଥିଲେ। କାଠ ସବୁ ନିଆଁରେ ଜଳିଯିବା ପରେ ପାଉଁଶକୁ ୪ ଭାଗ କରାଯାଇ ଫୁଲମଣ୍ଡାର ଚତୁର୍ଦ୍ଦିଗରେ ସ୍ଥାପନା କରାଯାଇ ଦେବୀଙ୍କ ଚଳନ୍ତି ପ୍ରତିମାକୁ ବାଦ୍ୟ ବାଜଣା ସହକାରେ ମନ୍ଦିରକୁ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ବାଦ୍ୟ ବାଜଣାର ତାଳେ ତାଳେ ମା ’ ଝୁଲିଝୁଲି ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ରତ୍ନ ସିଂହାସନରେ ବିଜେ କରିଥିଲେ। ପରେ ମନ୍ଦିରର ଜଗମୋହନରେ ଘୃତହୋମ, ଚଣ୍ଡୀପାଠ କରାଯିବା ପରେ ନିଶାର୍ଦ୍ଧରେ ସ୍ବତନ୍ତ୍ର ଶଙ୍ଖୁଡ଼ି ଆମିଷ ଭୋଗ ମା’ ଅର୍ପଣ କରାଯିବା ପରେ ଯାତ୍ରା ନିମନ୍ତେ ମା ’ ମସ୍ତକରୁ ଆଜ୍ଞାମାଳ ଖସିଥିଲା। ମନ୍ଦିର ସାହାଣ ମେଲା କରାଯିବା ପରେ ଭକ୍ତମାନେ ଶୃଙ୍ଖଳିତ  ଭାବେ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଯାତ୍ରା ତିନିଦିନ ଧରି ମା’ଙ୍କ ପୀଠରେ ଅନୁଷ୍ଠିତ ହେବ। ଯାତ୍ରାରେ ରାଜ୍ୟ ସମେତ ପଡ଼ୋଶୀ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସହସ୍ରାଧିକ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଠିଆ ହୋଇ ମା’ଙ୍କ ଦର୍ଶନ କରିଥିଲେ। ହଜାର ହଜାର ସଂଖ୍ୟାରେ ମାନସିକଧାରୀ  ସେମାନଙ୍କ ପିଲାମାନଙ୍କୁ ଲଣ୍ଡା କରି ପୂଜାର୍ଚ୍ଚନା କରିଥିଲେ। ଏହାକୁ ଜିଲାର ବୃହତ୍ତମ ଲଣ୍ଡା ପର୍ବ ବୋଲି ମଧ୍ୟ କୁହାଯାଏ। ଏହି ଅବସରରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଏସ.ପି କୈଳାସ ଚଦ୍ର ବୁରୁଦା, ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କ ନେତୃତ୍ୱରେ ୪ ଜଣ ଇନ୍ସପେକ୍ଟର, ୮ ଏସ୍‌.ଆଇ,୨୯ ଏଏସ୍‌ଆଇ,୬୮ କନଷ୍ଟେବଳ,୭୮ ହୋମଗାର୍ଡ ସମେତ ୧ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ଯାତ୍ରା ଓ ମନ୍ଦିର ପରିଚାଳନା କମିଟି ସଭାପତି ବିପିନ ଚନ୍ଦ୍ର ପ୍ରଧାନ ଓ ଉପସଭାପତି କେ . ସଞ୍ଜୀବ ରେଡ୍ଡୀ, ସମ୍ପାଦକ ଉପେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଦାମ ଦୋରା, ସହ କୋଷାଧ୍ୟକ୍ଷ ଭୀମସେନ ପ୍ରଧାନ, ଅଡିଟର ବଳରାମ ପ୍ରଧାନ,  ପରିଚାଳନା କମିଟି ସଦସ୍ୟ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି କିଶୋର କୁମାର ସାମଲ,ବଡ଼ଡୁମ୍ବୁଳା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ଜାନି, ସମିତିସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ସନ୍ତୋଷ କୁମାର ଜାନି, ହରିକୃଷ୍ଣ ପଟ୍ଟନାୟକ, ରମେଶ ଗୌଡ଼,ସୁବାସ ଗୌଡ଼, ଦୁର୍ଯ୍ୟୋଧନ ରେଡ୍ଡୀ, ତ୍ରିପତି ପାତ୍ର,ରଙ୍କ ନାୟକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଗୋପାଳ ଦାସ, କୃଷ୍ଣ ଗୌଡ଼, ରାଜେନ୍ଦ୍ର ପାତ୍ର, ଭଗବାନ ସାହୁ, ସୁରେନ୍ଦ୍ର ଗୌଡ଼, ସନ୍ତୋଷ ବେହେରା, ରବୀନ୍ଦ୍ର ପ୍ରଧାନ, କୃତ୍ତିବାସ ପ୍ରଧାନ, କେ.ଦେବରାଜ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି। ଯାତ୍ରାର ପ୍ରଥମ ସନ୍ଧ୍ୟାରେ କୋରାପୁଟସ୍ଥିତ ଶ୍ରୀ ହରଗୌରି ଦୃଷ୍ଟିହୀନ ଭଜନ ସମାରୋହ ପକ୍ଷରୁ କଳାକାର ବୃନ୍ଦ ଭଜନ ପରିବେଷଣ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି…

ଯାତ୍ରୀବାହୀ ବସ୍‌ ପଛରେ ପିଟିହେଲା ଅଟୋ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡି୦୭-୩୭୧୦) ପଛରେ ଏକ…

ଦାରିଙ୍ଗବାଡି ଜଙ୍ଗଲରେ ଲୁଚିଛନ୍ତି ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ, ଖୋଜୁଛି ସେନସର୍‌ ଡ୍ରୋନ

ଦାରିଙ୍ଗବାଡି, ୨।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ ଲୁଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri