Categories: ଜାତୀୟ

ଯାଆଁଳା ଭାଇଙ୍କୁ ଏକାସାଙ୍ଗେ ନେଲା କରୋନା

ମିରଟ, ୧୮।୫ : ମାତ୍ର ୩ ମିନିଟ୍‌ର ବ୍ୟବଧାନରେ ଜନ୍ମ ହୋଇଥିଲେ ଦୁଇ ଯାଆଁଳା ଭାଇ। ଦେଖିବାକୁ ଏକାଭଳି। ଏକାସାଙ୍ଗେ ବଡ଼ ହେଲେ। ସାଙ୍ଗ ହୋଇ କମ୍ପ୍ୟୁଟର ଇଞ୍ଜିନିୟରିଂରେ ବି. ଟେକ କଲେ। ଦୁହିଁଙ୍କ ସ୍ବପ୍ନ ଥିଲା ବିଦେଶରେ ସେଟେଲ ହେବା। କିନ୍ତୁ ସବୁ କିଛି ଉଜାଡ଼ି ଦେଲା କରୋନା। ଗୋଟିଏ ହସ୍ପିଟାଲରେ କିଛି ଘଣ୍ଟାର ବ୍ୟବଧାନରେ କରୋନାଠାରୁ ହାରିଗଲେ ଦୁଇ ଭାଇ। ଉତ୍ତର ପ୍ରଦେଶର ମିରଟର ଏକ ପରିବାର ସହ ଏଭଳି ଘଟିଛି।

ଗତ ଅପ୍ରିଲ ୨୩ ତାରିଖରେ ୨୪ ତମ ଜନ୍ମଦିନ ପାଳିଥିଲେ ଜୋଫ୍ରେଡ୍‌ ଓ ରାଲଫ୍ରେଡ ଗ୍ରେଗୋରି। ଏହାର ପର ଦିନ ଦୁହିଁଙ୍କ ଠାରେ ଦେଖାଦେଇଥିଲା କୋଭିଡ୍‌ ଲକ୍ଷଣ। ହୋମ କ୍ୱାରେଣ୍ଟିନରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଚଳିତ ମାସ ୧ ତାରିଖରେ ମିରଟର ଆନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୦ ତାରିଖରେ ନେଗେଟିଭ ଆସିଥିଲା ଦୁହିଁଙ୍କ ରିପୋର୍ଟ। ପରିବାରରେ ଖେଳିଯାଇଥିଲା ଖୁସିର ଲହରି। ମାତ୍ର ଏହି ଖୁସି ଥିଲା କିଛି ଦିନ ପାଇଁ। ୩ ଦିନ ପରେ ପ୍ରଥମେ ଜୋଫ୍ରେଡ୍‌ ଓ ତା’ର କିଛି ଘଣ୍ଟା ପରେ ରାଲଫ୍ରେଡଙ୍କ ମୃତ୍ୟୁ ଘଟିଥିଲା।

 

Share