Categories: ଜାତୀୟ

ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..

ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ଘୋଷଣା କରିଛନ୍ତି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହଯୋଗରେ ଏହା ସମ୍ପନ୍ନ ହେବ। ଏହି ଆପ୍‌ ମାଧ୍ୟମରେ ଯୋଗ ସମ୍ପର୍କରେ ସରଳ ଭାବେ ଅବଗତ କରାଯିବ। ଯାହାଦ୍ୱାରା ପୃଥିବୀରେ ଯୋଗର ପ୍ରଚାର ଏବଂ ପ୍ରସାର ହୋଇପାରିବ। ପ୍ରଧାନମନ୍ତ୍ରୀ ଏହି ଆପ୍‌ ସମ୍ପର୍କରେ ଘୋଷଣା କରି ଯୋଗ ଦିବସରେ ପୃଥିବୀର ସମସ୍ତ ରାଷ୍ଟ୍ରଙ୍କୁ ସହଯୋଗର ବାର୍ତ୍ତା ଦେଇଛନ୍ତି।

Share