ମ.ରାମପୁରକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା, ୮ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି କରିଛି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ମଦନପୁର-ରାମପୁର। ମଞ୍ଚ କର୍ମକର୍ତ୍ତା କର୍ଲାମୁଣ୍ଡା ବ୍ଲକ ସଦର ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠ୍‌ଙ୍କୁ ସେମାନେ ପ୍ରଦାନ କରିଥିଲେ। ଏଥିରେ ଆଦିବାସୀ ସଂଘ କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ଭୋଇ, ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ମାଝୀ, ଉପସଭାପତି ପଦମନ ପାତ୍ର, ସମ୍ପାଦକ ଦ୍ରୋଣାଚାଯ୍ୟ ମାଝୀ, ନନ୍ଦି କିଶୋର ଭୋଇ, କନ୍ଧ ସମାଜ ବ୍ଲକ ସଭାପତି ଗିବର୍ଦ୍ଧନ ଭୋଇ, ସମ୍ପାଦକ ସଂକୀର୍ତ୍ତନ ଭୋଇ, ଲୋଚନ ଧରୁଆ, ଦୟାସାଗର ମାଝୀ, ହଳଦିଆ ତୈଳିକ ବୈଶ୍ୟ ସାହୁ ସମାଜ କର୍ଲାମୁଣ୍ଡା ମଣ୍ଡଳ ସଭାପତି ମୋହନ ସାହୁ ପ୍ରମୁଖ ସାମିଲ ଥିଲେ।