ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ବାଦ୍‌ ପଡ଼ିଲା ମ.ରାମପୁର, ତାତିଲେ ଲୋକେ

ମ.ରାମପୁର,୪ା୯(ଶଶିଭୂଷଣ ପ୍ରହରାଜ): ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୩୧ ତାରିଖ ରାଜ୍ୟର ଅନେକ ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। କିନ୍ତୁ ମ.ରାମପୁର ଏହି ଘୋଷଣାରେ ସାମିଲ ନ ହେବା ଯୋଗୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ୪ ତାରିଖ ଗୁରୁବାର ମ.ରାମପୁର ବନ୍ଦ କରିଛନ୍ତି। ଗତ ସରକାର ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ଘୋଷଣା କରିଥିଲେ। ସମ୍ପ୍ରତି ଘୋଷଣା ଉହ୍ୟ ହେତୁ ଲୋକେ ରାଜରାସ୍ତାକୁ ଓହ୍ଲାଇଆସିଛନ୍ତି। ମ.ରାମପୁରକୁ ୨୦୧୧ ଜନଗଣନା ପ୍ରକାରେ ସରକାର ଜନସଂଖ୍ୟା ସହର ମାନ୍ୟତା ଦେଇଥିଲେ। ରାଜ୍ୟର ନୂତନ ଘୋଷିତ ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ଅର୍ଦ୍ଧାଧିକ ଅଞ୍ଚଳର ଜନସଂଖ୍ୟାଠାରୁ ମ.ରାମପୁର ଜନ ସଂଖ୍ୟା ଦୁଇ ଗୁଣ ଅଧିକ।

ସେହିପରି ମ.ରାମପୁରର ମାସିକ ଆୟ ପାଖାପାଖି ଲକ୍ଷେ ଅଟେ। ସେହିପରି ଏଇଠି ୪ଟି ବ୍ଲକ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ମ.ରାମପୁର ଦେଇ ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬(କ); ଜିଲା ମୁଖ୍ୟ, ଅନ୍ୟ ଜିଲା ମୁଖ୍ୟ ରାସ୍ତା ସଂଯୋଗୀକରଣ ହେଇ ଚାରି ଛକ ରହିଛି। ଏହି ରାସ୍ତା ଦେଇ ସହସ୍ରାଧିକ ଯାନବାହନ ଯାତାୟାତ ହେଉଛି। ଏହି ଜିଲାର ନର୍ଲା, କର୍ଲାମୁଣ୍ଡା, ଲାଞ୍ଜିଗଡ଼, ମ.ରାମପୁର ଆଦି ଅଞ୍ଚଳ ଲୋକେ ପ୍ରଶାସନିକ,ରାଜନୀତିକ, ନ୍ୟାୟିକ ଅନେକ ବହୁବିଧ କାର୍ଯ୍ୟ ପାଇଁ ମ.ରାମପୁରରେ ନିର୍ଭର କରନ୍ତି। ମ.ରାମପୁର ଭଳି ଗୁରୁତ୍ୱ ବହନ କରୁଥିବା ବିଜ୍ଞାପିତ ଅଞ୍ଚଳ ସମସ୍ତ ମାନଦଣ୍ଡ, ପରିମାପ ପରିପୂରଣ କରିପାରୁଛି। ଏହା ସହିତ ରାଜସ୍ବ ଉପଖଣ୍ଡ ମାନ୍ୟତା ମଧ୍ୟ ମାପଦଣ୍ଡ ପୂରଣ କରୁଛି। ତେଣୁ ରାଜ୍ୟ ସରକାର ଯୋଥୋଚିତ ଦୃଷ୍ଟି ଦେଇ ମ.ରାମପୁର ଅଞ୍ଚଳର ଗ୍ରହଣୀୟ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆଜିର ବନ୍ଦ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମିତି ସଭ୍ୟ ତଥା ଭାଜପା ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସିପିଏମ୍‌ ନେତା ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଞ୍ଚ କିଶୋର ପ୍ରହରାଜ, ଜିବେଶ ପଣ୍ଡା, ଚିତ୍ତ ବାଗ, ସାମାଜିକ କର୍ମୀ ବିକାଶ ସିଂହଦେଓ(ଘନ),ନୀଳମାଧବ ସିଂହଦେଓ,ସତ୍ୟ ସାହୁ,ବାର ଆସୋସିଏଶନ ସଭାପତି ଜୟ ସିଂହଦେଓ, ଚମରା ବଗର୍ତ୍ତି, ପ୍ରକାଶ ମାଝୀ, ଚିରାଗ ସିଂହ ଦେଓ, ଶ୍ରୀକାନ୍ତ ହୋତା ପ୍ରମୁଖ ନେତୃତ୍ୱ ନେଇ ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଛନ୍ତି। ସକାଳୁ ଆରମ୍ଭ ହେଇଥିବ ଆନ୍ଦୋଳନ ଜାରି ରହିଛି। ଚାରି ଛକଠାରେ ଚାରି ପାଖ ରାସ୍ତା ବନ୍ଦ କରାଯାଇଛି। ସହର ସମସ୍ତ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ,ରାଜସ୍ବ ଉପଖଣ୍ଡ ମାନ୍ୟତା ନ ହେବା ଯାଏ ଅଭିଯାନ ଜାରି ରହିବ କୁହାଯାଇଛି। ଆଜି ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri